ସାବିତ୍ରୀ ବ୍ରତ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଜ୍ୟେଷ୍ଠ ମାସ ତିଥି ଅମାବାସ୍ୟା ଅତି
ମହତ ଦିନ ଅଟଇ,
ପତିବ୍ରତା ନାରୀ ହରଷକୁ ଭରି
ସାବିତ୍ରୀ ବ୍ରତ ପାଳଇ….(୦)
ଏଶୁଭ ଦିନରେ ସାବିତ୍ରୀ ଭକ୍ତିରେ
ତୋଷି ଥିଲେ ଯମ ଦେବ
ପାଇଥିଲେ ଫେରି ଜୀବନ ତାଙ୍କରି
ପତି ସତ୍ୟବାନ ଭବ
ପତି ଭକ୍ତି ଭାବ ଦେଖି ଯମ ଦେବ
ଜୀବନ ଦେଲେ ଫେରାଇ……(୧)
ଅତି ସରାଗରେ ଭକତି ଅନ୍ତରେ
ଧରି ଯେ ସଧବା ନାରୀ
ଏ ବ୍ରତ ପାଳଇ ସୌଭାଗ୍ୟ ବଢଇ
ବିଭୁ ଶୁଣନ୍ତି ଗୁହାରି
ଲକ୍ଷ୍ମୀ ନାରାୟଣ କୃପା ଢାଳି ଥାନ୍ତି
ସବୁ ସୌଭାଗ୍ୟ ବଢାଇ….(୨)
ଚୁଡ଼ି ଓ ସିନ୍ଦୁର ଅଳତା ପାଦର
ପିନ୍ଧିଣ ନୂଆଁ ବସନ
ନଡ଼ିଆ କଦଳୀ ଥୋଇ ଭୋଗ ଥାଳି
ବ୍ରତ ପାଳନରେ ମନ
ହୃଦୟ ମନ୍ଦିରେ ଦେଵତା ରୂପରେ
ସ୍ବାମୀ କୁ ଯିଏ ପୂଜଇ……(୩)