ବି ଏ ଚ୍ ଆର୍ ସି ର ତାଳଚେର ବ୍ଲକ ସଭାପତି ମନୋଜ ରାଉତ ଯାଉଥିବା ରାସ୍ତାରେ ହଠାତ ଦେଖିଲେ ଗୋଟିଏ ଭଙ୍ଗାକୁଡିଆ ରେ ବୃଦ୍ଧ ଦମ୍ପତି ଅଛନ୍ତି ତାଙ୍କ ପାଖକୁ ଯାଇ ଦେଖିଥିଲେ ଏବଂ ସେ ବୃଦ୍ଧ ଦମ୍ପତି ଙ୍କ ସୁଖଦୁଃଖ ବୁଝିଥିଲେ, କୋହଭରା କଣ୍ଠରେ ବୃଦ୍ଧ ଜଣକ କହିଲେ ପୁଅରେ ଭତ୍ତା ଆବେଦନ କଲୁଣି ଛଅ ମାସ ହେଇଗଲା ଭତ୍ତା ମିଳୁନାହିଁ, ଘର ନାହିଁ ଭଙ୍ଗାକୁଡିଆ ରେ ଦିନ କଟୁଛି ବର୍ଷା ଦିନ କଥା ତ କହିଲେ ନଚଳେ ,ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଅନୁଗୋଳ ବ୍ଲକ ,ଅଂଗାରବନ୍ଧ ପଞ୍ଚାୟତ,,ଖଣ୍ଡହତା, ଗ୍ରାମ ଚଟିଆମୁଣ୍ଡା,ସାହି ର ୬୧ ବୟସ ସୁରେଶ ବାରିକ, ପିତା,ଅମିନ ବାରିକ, ଙ୍କ ଭଙ୍ଗାକୁଡିଆ କାହାଣୀ । ପରିବାର କହିଲେ ସ୍ବାମୀ ଓ ସ୍ତ୍ରୀ ଦୁଇଜଣ , ଝିଅ ଙ୍କର ବିବାହ ହେଇଯାଇଛି, , ଆଜିକୁ ୧୨ ବର୍ଷ ହେଇଗଲା ଦୌଡ ଦୌଡି ହେଲେ କେହି ସୁଣୁ ନାହାନ୍ତି ଘର ଖଣ୍ଡିଏ ପାଇଁ । ବୟସ ବି ହେଲାନି ଭତ୍ତା ବି କରେଇ ଦେଉନାହାନ୍ତି, ସରକାର ରୁ କେବଳ ମିଳୁଛି କହିଲେ ୩୫କେଜି ଚାଉଳ ତା ବ୍ୟତୀତ ଆଉ କିଛି ମିଳୁନାହିଁ । ବୃଦ୍ଧ ଦମ୍ପତି ଏହି ପରିସ୍ଥିତି ଦେଖି ଭାରତୀୟ ମାନବାଧିକାର ଆୟୋଗ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି ସୁରେଶ ବାରିକ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବା ସହିତ ଆବାସ ଯୋଜନାରେ ଘରଟିଏ ଦିଆଯାଉ ବୋଲି ବି ଏ ଚ୍ ଆର୍ ସି ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି।