ନୂଆପଡା,/ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ପାତଳଗଙ୍ଗା ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସକେଡର ମହାସଂଘ ନୁଆପଡା ର ଜିଲ୍ଲା କାର୍ଯ୍ଯକାରିଣୀ ବୈଠକ ସଭାପତି ଅରୁଣ ଯୋଷି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ଏକ୍ସକେଡର ଶିକ୍ଷକ ମହାସଂଘ ନିଷ୍ପତି କ୍ରମେ ଆସନ୍ତା ୨୭ ଡିସେମ୍ବର ରେ ଆଠ ଦଫା ଦାବୀ ନେଇ ପି ଏମ ଜି ଭୁବନେଶ୍ବର ଆନ୍ଦୋଳନ କୁ ସଫଳ କରିବା କୁ ଜିଲ୍ଲା ର ସମସ୍ତ ନଅ ଶହ ଶିକ୍ଷକ ସାମିଲ ହେବାକୁ ନିଷ୍ପତି ନିଆଯାଇଛି। ପ୍ରମୁଖ ଦାବୀ ମଧ୍ୟରେ ଏକ୍ସକେଡର ଉଛେଦ ସହିତ ସମସ୍ତ ଙ୍କୁ ଇନକ୍ରିମେଣ୍ଟ ପ୍ରଦାନ ଇତ୍ୟାଦି ରହିଛି। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାଯ୍ଯକାରୀ ସଭାପତି ଅଲେଖ ସାହୁଙ୍କ ସମେତ ମହାସଚିବ ହାନେସ ପାତ୍ର ବାଗ, ଉପସଭାପତି ସପ୍ତମ କିଶୋର ବେହେରା, ଗଣମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ଜିଲ୍ଲାର ବିଭିନ୍ନ ବ୍ଳକ ର ସଭାପତି,ସଂପାଦକ କର୍ମକର୍ତ୍ତା ତଥା ଜିଲ୍ଲା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ