ଉତ୍କେଲା,୧୮/୧୨, କେସିଙ୍ଗା ବ୍ଲକ ସମଲେଶ୍ବରି ଉଚ୍ଚ ବିଦ୍ୟାଳୟ କୁଣ୍ଡାବନ୍ଧ ଠାରେ ବାର୍ଷିକ କ୍ରିଡା ୨୦୨୨ ଅନୁଷ୍ଠିତ ହୋଇଯାଇଛି Iବିଦ୍ୟାଲୟର ଛାତ୍ର ଛାତ୍ରି ମାନେ ମଶାଲ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା ପରେ ଖେଳ ପଡିଆ ରେ ପହଞ୍ଚିଥିଲେ। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ କ୍ରିଡା ପତାକା ଉତ୍ତୋଲନ କରି ଖେଳ ଶୁଭାରମ୍ବ କରାଯାଇଥିଲା । ଏହି ଅବସର ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଦିପ୍ତ କୁମାର ସାହୁ, କୁମର ଗଉଡ,ହୁଷିକେଶ ଦାଶ, ଡମ୍ବରୁଧର ସାହୁ,ପ୍ରଶନ୍ନ କୁମାର ବାଇ ପ୍ରମୁଖ କ୍ରିଡା ପରିଚାଳନା ରେ ସହଯୋଗ କରିଥିଲେ। ଭାରତୀୟ ଜୀବନ ବିମା ନିଗମ ତରଫରୁ ବିଦ୍ୟାଳୟ ର ବାଳକ ବିଭାଗରୁ ସୁମିତ ଦିପ ଓ ବାଲିକା ବିଭାଗରୁ ଦୁଶିଲା ଗଉଡ ଙ୍କୁ ଶ୍ରେଷ୍ଠ କ୍ରିଡାବିତ ଭାବରେ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ବିଜ୍ଞାନ ଶିକ୍ଷକ ପରମାନନ୍ଦ ଛୁଆଲସିଂହ ଧନ୍ୟବାଦ ଅର୍ପଣ କରିଥିଲେ।