ଚନ୍ଦାହାଣ୍ଡି-18/12(ମ ନି ସ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଶରଧାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥୁରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ,ସ୍ଥାନୀୟ ସରପଞ୍ଚ ଲେବନୀ ମାଝୀ, ଅତିଥିଭାବେ ସମାଜସେବୀ କଦମ ପୂଜାରୀ ,ବିଦ୍ୟାଳୟ ସଭାପତି ଲିଙ୍ଗରାଜ ମାଝୀ ,ୱାର୍ଡ ସଭ୍ୟ ଭୁବନେ ମାଝୀ,ଭୈରବ ମାଝୀ,ଗୁଞ୍ଚୁ ମାଝୀ,କମିଟି ସଦସ୍ୟ ରାଜ୍ୟପାଳ ପୂଜାରୀ, ଇନ୍ଦ୍ରା ବାଘ, ଅଏଁଲା ଦେଇ ସୁନାନୀ,ନିର୍ମଳା ସୁନାନୀ, ସୁନିତା ବାଘ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଚିନ୍ମୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସଦସ୍ୟ ମାନଙ୍କ ଉପସ୍ଥିତତିରେ ବିଦ୍ୟାଳୟର ପତାକା ଉତ୍ତୋଳନ ପୂର୍ବକ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ବର୍ଗରେ ଅଖା ଦୌଡ,ଗଣିତ ଦୌଡ,୧୦୦ ମିଟର ଦୌଡ, ଆଳୁ ଚାମଚ,ସ୍କିପିଙ୍ଗ ,ମ୍ୟୁଜିକ୍ ଚେୟାର୍ ,ପୁଚି,ହାଣ୍ଡି ଭଙ୍ଗା,ଆଳୁ ଚାମଚ ଦୌଡ ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ୍, ଡ଼ିସ୍କସ୍ ଥ୍ରୋ, ଫୁଟବଲ,ନୃତ୍ୟ,ସଂଗୀତ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କ୍ରୀଡାକୁ ବିଦ୍ୟାଳୟର ଶାରୀରିକ ଶିକ୍ଷକ ମୁନା ସମରଥ , ସନ୍ତୋଷ କୁମାର ସେଠି ,ରୋହିତ ସାହୁ ଖେଳକୁ ପରିଚାଳନା କରିଥିଲେ । ଏହି କ୍ରୀଡାରେ ଶିକ୍ଷକ ଜଗଦିଶ ଚନ୍ଦ୍ର ନାୟକ, ସର୍ବେଶ୍ୱର ସିଂ, ତରଣୀସେନ ପ୍ରଧାନ, ମୋନାଲିସା ରଥ, ସସ୍ମିତା ପୂଜାରୀ, ନଳିନୀ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡାରେ ସହଯୋଗ କରିଥିଲେ । ଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯାଇଥିବା ପ୍ରଧାନଶିକ୍ଷକ ଶ୍ରୀଚୌଧୁରୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଟିରେ ଦଳଗଞ୍ଜନ ମେହେର ମଞ୍ଚ ପରିଚାଳନା କରିଥିଲେ l