ତେନ୍ତୁଳିଖୁଣ୍ଟି ୧୮/୧୨/୨୨ ନବରଙ୍ଗପୁର ଜିଲ୍ଲା ସଦରମହକୁମା ତୋଟା ସାହିସ୍ଥିତ ହାଲେଲୁୟା ଚର୍ଚ୍ଚ ଦ୍ୱାରା ଅନାଥ ବିଧବା ଓ ଭିନ୍ନକ୍ଷମ ଙ୍କ ସହ ଯୀଶୁଙ୍କ ଜନ୍ମ ପର୍ବ ପାଳନ କରାଯାଇଥିଲା। ପ୍ରେରିତ ଡକ୍ଟର ତୀମତି ଛିଞ୍ଚାଣୀ ବାଇବେଲ ରୁ ଲୁକ ୨:୭ପଦ ଉପରେ ଆଲୋକ ପାତ କରି ଯୀଶୁଙ୍କ ପାଇଁ ବାସ ଘର ନ ଥିବା ବିଷୟ ବୁଝାଇ ଥିଲେ। ବେଥଳିହାମ୍ ର ଗୁହାଳ ଘରେ ଯୀଶୁଙ୍କ ଜନ୍ମ ବାର୍ତ୍ତା ବ୍ୟାଖ୍ୟା କରିଥିଲେ । ମୂଖ୍ୟ ଅତିଥି ଯୁବଲ କିଶୋର ମଲ୍ଲିକ ଉପସ୍ଥିତ ଥିବା ଜନତାଙ୍କୁ ଉଦବୋଧନ ଦେଇ ମୃତ୍ୟୁ ଏକ ସୁନିଶ୍ଚିତ ଓ ତାର ଛାଡ ନାହିଁ ବୋଲି କହି ନିରାଶ ଓ ଦୁଃଖିତ ନ ହେବାକୁ ଅଶ୍ୱାସନା ଦେଇଥିଲେ । ଇମାନୁଏଲ ଈଶ୍ୱର ଆପଣ ମାନଙ୍କ ସହିତ ଅଛନ୍ତି ଓ ରହିବେ । ଆଗକୁ ଆସୁଥିବା ଶିଶୁ ଯୀଶୁ ଙ୍କ ଜନ୍ମ ପର୍ବ ଗତ ୨ବର୍ଷ କରୋନା କଟକଣା ଯୋଗୁଁ ଅସୁବିଧା ହୋଇଥିଲା ଏବର୍ଷ ଧୁୁମ୍ ଧାମ୍ ରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରତ୍ୟେକ ଅନାଥ ବିଧବା ଓ ବିକଳାଙ୍ଗ ମାନଙ୍କୁ ନୂତନ ପୋଷାକ ଡି ଏସ ପି ମଲିକ୍ ନବରଙ୍ଗପୁର ଙ୍କ ଦ୍ଵାରା ୧ଶହ ଜଣ ଙ୍କୁ ବଣ୍ଟନ କରିୁଥିଲେ।ଉକ୍ତ ଉତ୍ସବରେ ମଣ୍ଡଳୀ ପ୍ରତିଷ୍ଠାତା ଡ, ତୀମତି ଛିଞ୍ଚାଣି, ପାଳିକା ଶ୍ରୀମତୀ ସୁବର୍ଣ୍ଣ ଛିଞ୍ଚାଣି ,ପାଳକ ବିଭୁଦତ୍ତ ନାୟକ, ପାଳକ ଲୁଥର କାନ୍ତ ଟାକ୍ରି, ପାଳକ ମନବାଘ, ପାଳକ ସୁବ୍ରତ ରଂଜନ ସିଂ, ପାଳକ ଶୈଦ୍ରକ କର୍କରା, ପାଳକ ପୂର୍ଣ୍ଣ ସୁନା, କୁସୁମା ସୁନା, ଯୀଶୁ ଦାନ ସୁନା, ଜୁଳୀୟସ ଭତ୍ରା ,ସୁଜନ ଟାକ୍ରୀ, ଏବଂ ଅନ୍ୟନ୍ୟ ମଣ୍ଡଳୀ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି