ଜୁନାଗଡ଼,୧୮/୧୨(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବକ୍ସିତୁଳସିପାଲି ପଞ୍ଚାୟତ ଠାରେ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡି, ସରପଞ୍ଚ ଦିବ୍ୟଶଙ୍କର ଦୀପ, ସମିତିସଭ୍ୟ ଡେଭିଡ କୁମାର ଦୀପ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ଥିଲେ।