Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ମା ଆସୁଛନ୍ତି by Sunil Chandra NayakJuly 20, 2022091 Share0 ମା ଆସୁଛନ୍ତି (ରମ୍ୟ ରଚନା ) ହେ ଡାର୍ଲିଙ୍ଗ ଶୁଣୁଚ ହେ ଶୁଣୁଚ ମା ଆସୁଛନ୍ତି ରହିବା ପାଇଁ, ଉପର ଘରଟା ସଜେଇ ଦିଅ ହେ ଜଲଦି ଜଲଦି ଯାଇ । ତମ ତମ ହୋଇ ଡାର୍ଲିଙ୍ଗ ମୋହର ଆସିଲେ ବାଘୁଣୀ ହୋଇ, ସତେକି ଆଗେ ମୁଁ ନିରୀହ ହରିଣ କଞ୍ଚା ଦେବଟି ଚୋବାଇ । କି ସୁନ୍ଦର ଆହା ଲାଲିତ୍ୟ ବଦନ ନିମିଷେ ବଦଳି ଗଲା, ସାକ୍ଷାତ ଯୁଗୁଣୀ ଚଣ୍ଡୀ ଚାମୁଣ୍ଡାଣୀ ମୋତେ ଖାଲି ଦିଶିଗଲା। କହିଵାକୁ ତାଙ୍କୁ ଚାହିଁଲା ବେଳକୁ ଶୁଣିବାକୁ ତର ନାହିଁ, ରାଗେ ଜର୍ଜରିତ କହିଲା ତୁମ ମା’ରହୁ, ଚାଲିଲି ଘରକୁ ମୁହିଁ। ବଡ କଷ୍ଟରେ ମୁଁ ବୁଝାଇ ତୁମକୁ ଆସିଲି ସହର ଧାଇଁ, ଘର ଝିନ୍ ଝଟୁ ଶାଶୁ ଖଟଖାଟୁ ନିସ୍ତାର ପାଇବା ପାଇଁ। ପୁଣି କଣ ନା ମାଆ ଆସୁଛି, ଛି ଛି ମୁଁ ଚାଲିଲି ବାଇ ବାଇ, ଏହା କହି ଚଣ୍ଡୀ ଦୁଆର ଖୋଲନ୍ତେ ଜିଭ କାମୁଡି ଦିଅଇ!!! ହାୟ ଇଏ ତ ମୋ ମା,ହେ ଦୃଷ୍ଟ ମୋତେ ଜଣାଇଲ ନାହିଁ? ଆରେ ଡାର୍ଲିଙ୍ଗ କହିବାକୁ ମୁଁ ବିଚାରା ସୁଯୋଗ ପାଇଲି ନାହିଁ। କହିଲ ସୁଜନେ ମାଆ ତ ଗୋଟିଏ ସ୍ୱାମୀର ହେଉ କି ସ୍ତ୍ରୀର, ପୁଣି କାହିଁ ପାଇଁ ଏହି ଭେଦଭାବ ଭୁଲ୍ କଣ ଏ ଯୁଗର ?? କି ହସ କି ଠାଣି କି ଖୁସି ହେ ପ୍ରଭୁ ଏଣ୍ଡୁଅ ଭଳି ବଦଳଇ, ଚଣ୍ଡୀ ରୁ ଉର୍ବଶୀ ହୋଇଲା ତକ୍ଷଣେ ଚୁମା ଟିକେ ଆଙ୍କି ଦେଇ । ଅଚ୍ୟୁତାନନ୍ଦ ଧଳ ଶାସନଖାସ , ତିହିଡି , ଭଦ୍ରକ