ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଅନ୍ତ୍ୟୋଦୟ ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଡାବୁଗାଁ, ୨/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମିଶନ ଅନ୍ତ୍ୟୋଦୟ ସର୍ଭେ – ୨୦୨୨ ନିମନ୍ତେ ତାଲିମ ଶିବିର ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ ଓ କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରବୀଣ ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ସର୍ଭେ କାର୍ଯ୍ୟକ୍ରମ ହେବ | ବ୍ଲକ ର ମୋଟ ୬୭ ଟି ରାଜସ୍ୱ ଗ୍ରାମରେ ୬୭ ଜଣ ଏନୁମୁରେଟର ମାନଙ୍କୁ ନିଯୁକ୍ତି କରାଯାଇ ଚଳିତ ମାସ ୧୦ ତାରିଖ ସୁଦ୍ଧା ସର୍ଭେ କାର୍ଯ୍ୟ ଶେଷ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଛି | ଏହି ସର୍ଭେ କୁ ଭିତ୍ତି କରି ଆସନ୍ତା ୨୦୨୩ -୨୪ ବର୍ଷରୁ ପ୍ରତ୍ୟେକ ଗ୍ରାମରେ ସମସ୍ତ ପ୍ରକାର ଭିତ୍ତିଭୂମି ଏବଂ ୯ ଗୋଟି ବିଷୟ ଯଥା:- ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୁର୍ଣ୍ଣ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୂଳ ପଞ୍ଚାୟତ ବିଷୟ ଗୁଡିକ ଆଗାମୀ ୨୦୩୦ ସୁଦ୍ଧା ହାସଲ କରାଯିବ ଏବଂ ତଦନୁଯାଇ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯିବ | ଏଥିରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ସମସ୍ତ ଭି.ଆର.ପି, ସମସ୍ତ ଜି.ପି.ଏଲ.ଏଫ ର ସଭାପତି ଓ ସମସ୍ତ ଗ୍ରାମ ସଭା ମୋବିଲାଇଜର ମାନଙ୍କୁ ସର୍ଭେ କାର୍ଯ୍ୟ ନିମନ୍ତେ ତାଲିମ ଦିଆଯାଇଥିଲା | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳୀପଦ କୀର୍ତ୍ତନିଆ, ପ୍ରଭାକର ମୁଦୁଲି, ପରଶୁରାମ ମାଳୀଓ ହଳଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

masiha

ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ 

masiha

ଢଉଗାଁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!