ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଛାପଡା ବାକେପଙ୍ଗା ଠାରେ କନ୍ଧମାଳ ଜିଲ୍ଲା ଡୁମାଳ କୁଳ ସମାଜର ବାର୍ଷିକ ସମ୍ମଳନୀ ଅନୁଷ୍ଠିତ

ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ନିକଟସ୍ଥ ବାକେପଙ୍ଗା ଗ୍ରାମ ଠାରେ କନ୍ଧମାଳ ଜିଲ୍ଲା ଡୁମାଳ କୁଳ ସମାଜ ସଭାପତି ବିମଳ କିଶ୍ୱର ମହାକୁଡ଼ ଙ୍କର ଅଧ୍ୟକ୍ଷତା ରେ କନ୍ଧମାଳ ଜିଲ୍ଲା ଡୁମାଳ କୁଳ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ବାର୍ଷିକ ସମ୍ମିଳନୀ ତା ୧୭/୩/୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା ୧୯/୩/୨୦୨୩ ରିଖରେ ଉଦଯାପିତ ହୋଇଥିଲା। ଏହି ଦିବସର ଦିନ ମାନଙ୍କରେ ଭବ୍ୟ କଳସ ଯାତ୍ରା,ମାଁ ସମଲେଶ୍ୱରୀ ଦେବୀ ସ୍ଥାପନ,ଭଗବତ ଗାଦି ସ୍ଥାପନ,ପୂଜା, ହୋମ ଯଜ୍ଞ,ଅର୍ଣ୍ଣ ଯଜ୍ଞ,ନାଭି ସମାବେଶ,ଯୁବ ସମାବେଶ,ଗୋ ପୂଜନ ,ସାଂସ୍କୃତିକ କାର୍ଯ୍ୟକ୍ରମ, ଵୃକ୍ଷ ରୋପଣ, ବାଲ୍ୟ ବିବାହ ବନ୍ଦ କରିବା,ମଦ୍ୟପାନ ନକରିବା ଭଳି ଅନେକ ସଚେତନତା କରାଯିବା ସଙ୍ଗେ ସଙ୍ଗେ ଜାତି ଭିତିକ ବିଚାର କରି ଆଶୁ ସମାଧାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ଉପସଭାପତି ଜଳନ୍ଦର ମହାକୁଡ଼,ସମ୍ପାଦକ ବିଷ୍ଣୁ ପ୍ରାସାଦ ପାତ୍ର,ସହ ସମ୍ପାଦକ ବିଷ୍ଣୁ ଚରଣ ମହାକୁଡ଼,ଯୁଗ୍ମ ସମ୍ପାଦକ ସୁବାସ ପ୍ରଧାନ,କୋଷାଧ୍ୟକ୍ଷ ଅଶୋକ ପାତ୍ର, ନାରୀ ସଭାନେତ୍ରୀ ପ୍ରଭାତି ପାତ୍ର,ଚାରିଜଣ ବେହୁରୁକ,ଉପଦେଷ୍ଟା କମିଟି,ଜିଲ୍ଲାର ସମସ୍ତ କର୍ମକର୍ତ୍ତା,୧୮ ଜଣ ସର୍କଲ ମେମ୍ବର,ପୂଜକ,ବହୁ ଯୁବପିଢ଼ି ଓ ମହିଳା ମାନେ ଯୋଗ ଦେଇଥିବା ବେଳେ ବାକେପଙ୍ଗା ସର୍କଲ ର ସମସ୍ତ ଭାଇ ଭଉଣୀ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଢେଙ୍କାନାଳ ଶାଖା ତରଫରୁ ନୂଆ ବର୍ଷ ରେ କମ୍ବଳ ବଣ୍ଟନ

Sunil Chandra Nayak

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

Sunil Chandra Nayak

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!