ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡିହି ଠାରେ ସମବାୟ ସମିତି ଲ୍ୟାମ୍ପସ ପକ୍ଷରୁ ସଚେତନତା ଶିବିର

ମୟୂରଭଞ୍ଜ:- ୨୦/୦୩/୨୦୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଝରାଡିହି ଓ ଯଶିପୁର ଗ୍ରାମପଞ୍ଚାୟତର କୃଷକ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠି ସଦସ୍ୟଙ୍କୁ ନେଇ ବହଳଦା ସମବାୟ ସମିତି ଲ୍ୟାମ୍ପସ ଆନୁକୂଲ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

      ବହଳଦା ସମବାୟ ସମିତି ଲ୍ୟାମ୍ପସ ସଭାପତି ଗୋପିନାଥ ହାଁସଦାଃ’ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ୨୫’ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର ଯୋଗ ଦେଇଥିବାବେଳେ ସମବାୟ ସମିତି ୟୁନିୟନ ସଦସ୍ୟ ତଥା ବହଳଦା ଲ୍ୟାମ୍ପ୍ସ ନିର୍ଦ୍ଧେଶକ ଇଶାନ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଝରାଡିହି ସରପଞ୍ଚ ଶ୍ରୀମତୀ ରଞ୍ଜିତା ନାୟକ, ଯଶିପୁର ସରପଞ୍ଚ କାଶୁ ମାଝୀ, ପୂର୍ବତନ ଲ୍ୟାମ୍ପ୍ସ ସଭାପତି ଭାଗମାତ ହେମ୍ବ୍ରମ, ରାଇରଙ୍ଗପୁର ମଣ୍ଡଳର ଏଆରସିଏସ୍ ନିରୀକ୍ଷକ ହେମନ୍ତ କୁମାର, ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଡିଚ୍ୟାନ୍ କୁମାର ମିଶ୍ର ଉପସ୍ଥିତ ଜନ ସାଧାରଣ’ଙ୍କୁ ସଚେତନ କରିବାସହ ସମବାୟ ସମିତି ଲ୍ୟାମ୍ପ ଓ ବ୍ୟାଙ୍କ ର ସଦସ୍ୟ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଲ୍ୟାମ୍ପସ ମାଧ୍ୟମରେ ଏକଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବା, ପ୍ରତ୍ୟକ ସଦସ୍ୟ’ଙ୍କୁ ଜମି ପରିମାଣ ଅନୁସାରେ ଋଣ ମିଳିପାରିବା ସମ୍ବନ୍ଧରେ ବୁଝାଇଥିଲେ। ଚାଷ ପାଇଁ ପାଓ୍ବାର ଟିଲର, ଟ୍ରାକ୍ଟର, ଗାଇ, ବଳଦ ବାବଦକୁ ସବସିଡି ମାଧ୍ୟମରେ ଋଣ ପାଇପାରିବା ବିଷୟରେ ତଥା ସ୍ବୟଂ ସହାୟିକା ଗୋଷ୍ଠି ଏବଂ ଜେଏଲଜି ଗ୍ରୁପ୍ ମାନଙ୍କୁ ମଧ୍ୟ ଋଣ ପ୍ରଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ମଞ୍ଚରେ ଉପସ୍ଥିତ ଅତିଥି ମାନେ ମଧ୍ୟ ଚାଷ ଏବଂ ଗୃହ ପାଳିତ ପଶୁ, ପକ୍ଷୀ ପାଳନ କରି ସ୍ବାବଲମ୍ବି ହେବାକୁ ଆହ୍ବାନ ଦେଇଥିଲେ। 

       କାର୍ଯ୍ୟକ୍ରମରେ ବହଳଦା ଏମଡି ସନ୍ତୋଷ କୁମାର ବସା’ଙ୍କ ସହିତ କର୍ମଚାରୀ କିଶୁନ କୁମଊର ଦତ୍ତ, ସନ୍ତୋଷି ଦାସ, ଝରାଡିହି ଲ୍ୟାମ୍ପ କୋଷାଧ୍ୟକ୍ଷ ସୁଦର୍ଶନ ବୈଦଭୂଷଣ, ନିତ୍ୟାନନ୍ଦ ମହାନ୍ତ ଏବଂ ନିର୍ଦ୍ଧେଶକ ହରମୋହନ ବେହେରା, ବୁଧରାୟ ହାଁସଦାଃ, ଅଜେନ ଟୁଡୁ, ଜ୍ଞାନଗୋପାଳ ପୃଷ୍ଟି, ଭିଏଡବ୍ଲ୍ୟୁ ବିଶେଶ୍ବର ପଟ୍ଟନାୟକ ଓ ଉପ ସଭାନେତ୍ରୀ ଶ୍ରୀମତୀ ସନାମଣୀ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଝରାଡିହି ତଥା ଯଶିପୁର ଗ୍ରାମପଞ୍ଚାୟତ ର ଅଗ୍ରଣୀ ଚାଷୀ ରାମଚନ୍ଦ୍ର ନାଏକ (କୁଲଡିହା),ମଙ୍ଗଲ ଚରଣ ବେହେରା (ସୁରଦା),ରତିକାନ୍ତ ବେହେରା (ମଲିକେଡମ),ଅନନ୍ତ ଦାସ (ସୁରଦା) ଏବଂ ନନ୍ଦୁ ବାରିକ (ସୁରଦା) ‘ଙ୍କୁ ଉତ୍ତରିୟ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

      ସୁଜିତ କୁମାର ନାୟକ ଓ ସୁଧନ୍ୟା ବସା କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହ ବହୁସଂଖ୍ୟାରେ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଉପସ୍ଥିତ ରହିଥିଲେ। ଶେଷରେ ସଭାପତି ଗୋପିନାଥ ହାଁସଦାଃ ପ୍ରତ୍ୟକ ମାଆ ମାନଙ୍କୁ ସନ୍ତାନ ମାନଙ୍କ ପ୍ରଥମ ଗୁରୁ ବୋଲି ବିବେଚନା କରିଥିଲେ ଏବଂ ନିଜ ଘରକୁ ପ୍ରଥମ ବିଦ୍ୟାଳୟ ଭାବେ ବୁଝାଇ କୃଷି ଏବଂ ଶିକ୍ଷା କୁ ଆଗେଇ ନେବାପାଇଁ ପରାର୍ଶ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

masiha

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort