ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବରତ୍ନ ବାବାସାହେବ ଡ. ବି. ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ଼,୩୧/୦୩(ମନିସ)-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖା ତରଫରୁ ବିଶ୍ବରତ୍ନ ବାବା ସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଫେଡେରେସନର ଜିଲ୍ଲା ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ତାଣ୍ଡି ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ ଫେଡେରେସନର ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ମୂରଲୀ ନାଏକ, ଗୋବିନ୍ଦ ନାଏକ, ମୂରଲୀ ବାତ୍ରା, ପାଇକୁ ବାଗ, ବିକ୍ରମ ଛତ୍ରିଆ, ମଳୟ ବେନୁଆଁ, ପ୍ରଶାନ୍ତ ଗରଡିଆ, ଲବାଙ୍ଗସୁର ବାଗ, ଫଗୁଲାଲ ହରପାଲ ପ୍ରମୁଖଙ୍କ ସମେତ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ! ଏଥିରେ ଫେଡେରେସନର ବ୍ଲକ ଶାଖାର ଉପସଭାପତି ହରିହର କୁମାର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ! ଏଇ ଅବସରରେ ଆସନ୍ତା ୧୪ ତାରିଖ ଦିନ ସମଗ୍ର ମାନବସମାଜର ତ୍ରାଣକର୍ତ୍ତା ତଥା ବିଶ୍ବରତ୍ନ ବାବାସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀକୁ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ! ଏଥିପାଇଁ ବ୍ଲକର ୨୬ଟି ପଞ୍ଚାୟତରୁ ଫେଡେରେସନର ପଞ୍ଚାୟତ ଶାଖାର ସଦସ୍ୟ, ଯୁବକ, ମହିଳା ଓ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆୟୋଜନ କମିଟି ତଥା ଫେଡେରେସନ ବ୍ଲକ ଶାଖା ତରଫରୁ ସୂଚନା ମିଳିଛି ! ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର କରୁଆଁ, ଅରୁଣ ଛତ୍ରିଆ, ସୁଶୀଲ ବିଭାର, ଈଶ୍ବର ରମେଶ ତାଣ୍ଡି, ଫଗୁଲାଲ ହରପାଲ, ଦିଗାମ୍ବର ଛତ୍ରିଆ, ଚକ୍ରଧର ସୁନା, ଗଗନ ବିଭାର, ସୁନୀଲ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଭାଙ୍ଗିଲା ଗଛ ଉଡାଇଲା ଘରର ଆଜବେଷ୍ଟ

ଧର୍ମଗଡ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!