ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଚନ୍ଦାହାଣ୍ଡି(ମ ନି ସ ) ଆତଙ୍କବାଦୀ ଆକ୍ରମଣ ରେ ଗତକାଲି ଜମ୍ମୁ କାଶ୍ମୀର ରେ ସହିଦ ହୋଇଥିବା ଯବାନ ଙ୍କ ଅମର ଆତ୍ମାର ଶତଗତି ନିମନ୍ତେ ଆଜି ସନ୍ଧ୍ୟା ରେ ଚନ୍ଦାହାଣ୍ଡି ଆମ୍ବେଦକର ଛକ ଠାରୁ ଚନ୍ଦାହାଣ୍ଡି ଥାନା ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାତି ଧର୍ମ ବର୍ଣ ଦଳଗତ ନିର୍ବିଶେଷରେ ଶତାଧିକ ଯୁବକ ଯୋଗ ଦେଇ ହାତରେ କ୍ୟାଣ୍ଡେଲ ଧରି ସହିଦ ଯବାନ ଅମର ରହେ ଓ ହିନ୍ଦୁସ୍ତାନ ଜିନ୍ଦାବାଦ ନାରାଦେଇ ବସଷ୍ଟାଣ୍ଡ ଛକରେ ଏକତ୍ରିତ ହୋଇ ସହିଦ ଯବାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏଥିରେ କ୍ଷେମରାଜ ବାଘ, ଲିଙ୍ଗରାଜ ଚୌହାନ, ସନ୍ତୋଷ ଖମାରୀ, ଚନ୍ଦ୍ରଧ୍ବଜ ଡଙ୍ଗରୀ, ଭୀମସେନ ଡଙ୍ଗରୀ, ପୌରସ ମାଝୀ, ଭୈରବ ମାଝି, ମୁରଲୀ ପୁଜାରୀ, ଭୀଷ୍ମ ମାଝୀ, ବିଘ୍ନେଶ୍ବର ଆଚାରୀ, ମହମ୍ମଦ ସଫିକ, ଜଗଦୀଶ ବାଘ, ସନ୍ତୋଷ ଟାକ୍ରି, ଖଗେଶ୍ବର ଡଙ୍ଗରୀ, ତ୍ରିନାଥ ବାଘ,ହୃଷିକେଶ ସୁନାନୀ, ମହନଲାଲ ସୁନାନୀ,ମାନସ ମଲ୍ଲିକ, ରଜତ ଜଗତ,ସୁଶୀଲ ପୁଜାରୀ,ଯୁଗଳ ବଗ୍ନୀ,କରନ୍ ଡଙ୍ଗରୀ,ହରେକୃଷ୍ଣ ସେଠି ଙ୍କ ସମେତ ପୋଲିସ ଓ ଆଇଆରବି ଜବାନ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

masiha

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୈଷ୍ଣବ ସାହୁ

Sunil Chandra Nayak

Leave a Comment

error: Content is protected !!