ଗୋଲାମୁଣ୍ଡା /ମସିହା/ ତା୦୬/୩/ଶାନ୍ତିକୁଞ୍ଜ ହରିଦ୍ୱାର ତ୍ୱୱାତାବଧାନରେ ଧର୍ମଗଡ଼ ଗାୟତ୍ରୀ ଶକ୍ତିପୀଠରେ ଗତ ତା୪/୩/୨୦୨୦ରିଖ ଠାରୁ ଓ ତା ୬/୦୩ /୨୦୨୦ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଧର୍ମଗଡ଼ ଶକ୍ତିପୀଠ ପ୍ରାଗଣରେ ଢପଲିଓ ଯୁଗସଙ୍ଗୀତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିର ଆୟୋଜନ ପାଇଁ ଶାନ୍ତିକୁଞ୍ଜହରିଦ୍ୱାର ଠାରୁ ଆସିଥିବା ପ୍ରଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଗୌଡ଼ପ୍ରଶିକ୍ଷଣ ଶିବିର ପରିଚାଳନା କରି ଥିବାବେଳେ ନୂଆପଡା ଜୋନ ସଂଯୋଜକ ଶ୍ରୀଯୁକ୍ତ ପ୍ରାଣବନ୍ଧୁ ସାହୁ ଓ କଳାହାଣ୍ଡି ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ପଟଯୋଶୀ ଙ୍କ ତ୍ୱତଵଧାନରେ ପରିଚାଳିତ ହୋଇ ଥିବା ବେଳେ ଉକ୍ତ ଶିବିରରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡା ଜିଲ୍ଲାର ୫୭ ଜଣ ଶିବିରାଥି ଅଂଶଗ୍ରହଣ କରିଥିଲେ, ଧର୍ମଗଡ଼ ଗାୟତ୍ରୀ ଶକ୍ତିପୀଠ ବ୍ୟବସ୍ଥାପକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମୁଣ୍ଡ ଏବଂ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଯଦୁବଲ ସାହୁଙ୍କ ସମେତ ତିନିଦିନିଆ ଶିବିର ସମାପନ ହୋଇଥିଲା,ଏବଂ ବହୁସଂଖ୍ୟକ ଭାବେମହିଳା ଓ ଗାୟତ୍ରୀ ପରିଜନ ମଧ୍ୟ ଯୋଗ ଦେଇଥିଲେ,
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମସିହା ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ,