ଭବାନୀ ପାଟଣା -: ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଚକ୍ରବ୍ୟୁହ ରେ ଛନ୍ଦି ହେଉଥିବା କଳାହାଣ୍ଡି ଜନତା ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ଯ ବଞ୍ଚିତ ରହିଛି ମୌଲିକ ସୁବିଧା ରୁ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ସମସ୍ୟା ଜନସାଧାରଣ ଙ୍କ ପାଇଁ ଉତ୍କଟ ହୋଇଥିବା ବେଳେ ନେତା ମାନଙ୍କ ବିକାଶର ବାର୍ତ୍ତା ମରୁଭୂମିର ମରିଚୀକା ସଦୃଶ ହୋଇଛି। ବିଶେଷକରି ଗ୍ରାମାଞ୍ଚଳର ଲୋକେ, ଅଦିମ ଜନଜାତି ବନବାସୀ ମାନଙ୍କୁ ଶାସନକଳ ର ଅଦୂର ଦର୍ଶିତା ର ଫଳ ଭୋଗିବାକୁ ପଡୁଛି। ଅନେକ ନାଗରିକ ଙ୍କ ସାମୁହିକ ଭୋଟ ବର୍ଜନ ଦାନ ମାଝୀ ଘଟଣା ର ପୁନରାବୃତ୍ତି ସ୍ଵତ୍ତ୍ଵେ ଚେତା ପଶିନାହିଁ ସରକାର ଙ୍କ ପୁଣି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଳକ ରେ ଚିକିତ୍ସା ନିମନ୍ତେ ଜୈନିକ ରୋଗୀଙ୍କୁ ଦିର୍ଘ ୧୦ କିଲୋମିଟର ଖଟିଆ ରେ ବୋହିବା ଘଟଣା କଳାହାଣ୍ଡି ବିକାଶ ର ନଗ୍ନ ଚିତ୍ର କୁ ଉଜ୍ଜୀବିତ କରୁଛି। ସୂଚନା ରୁ ଜଣାଯାଏ ଯେ ଲାଞ୍ଜିଗଡ଼ ବ୍ଳକ ମନସ୍ତରା ଗାଁ ରେ ଏକ ଶିଶୁ ଗୁରୁତର ହେବାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା ହେଲେ ଏହି ଗ୍ରାମ କୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚିବା ରେ ବିଫଲ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିବାର ଲୋକେ ଓ ଗ୍ରାମବାସୀ ଏକ ଖଟିଆ ରେ ବୋହି ପ୍ରାୟ ୧୦ କିଲୋମିଟର ଦୂର ସିନ୍ଧିବାହାଲି ଗ୍ରାମ କୁ ପହଞ୍ଚାଇବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଗ୍ରାମବାସୀ ଙ୍କ ପ୍ରଚେଷ୍ଟା ଯୋଗୁ ବର୍ତ୍ତମାନ ଶିଶୁ ଟି ସୁରକ୍ଷିତ ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଙ୍କ ବ୍ୟାପକ ଦାବି କୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ଅଣଦେଖା କରୁଥିବା ରୁ ଏହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।