ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

କୋକସରା,୧୮/୫ //କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ସଭାପତିତ୍ୱ କରିଥିବା ବେଳେ କୋକସରା ବିଡ଼ିଓ ଅନୁପସ୍ଥିତ ଥିବାରୁ ଜିପିଇଓ ନାରାୟଣ ଭୋଇ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ସମେତ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତ। ମୋଟ ୧୪୯ ଗୋଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା। କାର୍ଯ୍ୟକ୍ରମକୁ ଆମପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ । ଗ୍ରାମ ରୋଜଗାର ସେବକ ଦୁଷ୍ମନ୍ତ ନାଗ ଓ ପଞ୍ଚାୟତ କର୍ମଚାରୀ ଓ ସମାଜସେବୀ ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ତେବେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଅନେକ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବା କାରଣରୁ ଅଭିଯୋଗ ନେଇ ଆସିଥିବା ଅଭିଯୋଗକାରୀ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

ଜିଲ୍ଲାପାଳଙ୍କ ଶକଟା ଗ୍ରାମ ପରିଦର୍ଶନ l “ଗ୍ରାମବାସୀଙ୍କ ସହିତ ଆଲୋଚନା”

masiha

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!