କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ କାର୍ଯ୍ୟରତ ଜୈନିକ ମେଡ଼ିସିନ ସ୍ପେସାଲିସ୍ଟ ରୋଗୀ ଙ୍କୁ ଡାକ୍ତର ଖାନାରେ ଭଲରେ ଚିକିତ୍ସା କରୁନାହାନ୍ତି। ନିର୍ଦ୍ଦିଷ୍ଟ ସମୟ ରେ ମେଡ଼ିକାଲ କୁ ଆସୁନାହାନ୍ତି କିବା ଆଉଡର ରେ କେବେ ବସୁନାହାନ୍ତି। ସକାଳ ୭ ଟା ସମୟରେ ମେଡ଼ିକାଲ ଖୋଲୁଥିଲେ ଏହି ଡାକ୍ତର ବାବୁ ଦିନ ୧୧.୩୦ ମିନିଟରେ ଆସି ରାଉଣ୍ଡ କରି ଥାନ୍ତି । ଡାକ୍ତର ଙ୍କର ରାଉଣ୍ଡ ସମୟରେ କୁଆଡେ ରୋଗୀ ଙ୍କୁ ଏବଂ ତାଙ୍କ ଆଟେଡେଣ୍ଟ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ ରୋଗୀ ର ରୋଗ ବିଷୟରେ ନ ଜାଣି , ପରୀକ୍ଷା ନିମନ୍ତେ ପଠାଯାଇଥିବା ରକ୍ତ ପରୀକ୍ଷା ରିପୋର୍ଟ ନ ଦେଖି , ରୋଗୀ ଡାକ୍ତର ଙ୍କର ଚିକିତ୍ସା ରେ ସୁସ୍ଥ ନହୋଇ , ରିପୋର୍ଟ ନ ଆସିବା ପୂର୍ବରୁ ମାତ୍ର ଗୋଟିଏ ଦିନ ମେଡ଼ିକାଲ ରେ ରଖି ରୋଗୀ ଙ୍କୁ ଡିସଚାର୍ଜ କରି ଦେଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତର ମହାଶୟ ମାସକୁ ୭ ଦିନ ମେଡ଼ିକାଲ ରେ ରହି ଚିକିତ୍ସା କରନ୍ତି ଏବଂ ଆଉ ବଳକା ଦିନ ବାହର କୁ ଚାଲିଯାଇ ସେଠାରେ ରୋଗୀ ଦେଖନ୍ତି। ଡାକ୍ତର ଜଣକ ମେଡ଼ିକାଲ ରେ କାର୍ଯ୍ୟରତ ସମୟରେ ପ୍ରାଇଭେଟ କ୍ଲିନିକ ମାନଙ୍କରେ ଚିକିତ୍ସା କରନ୍ତି। ରୋଗୀ ମାନଙ୍କୁ ମେଡ଼ିକାଲ ରେ ଠିକ ଭାବରେ ଚିକିତ୍ସା ନକରି ମୋଟା ଅଙ୍କର ଅର୍ଥ ଲୋଭରେ କ୍ଲିନିକ ରେ ଚିକିତ୍ସା କରନ୍ତି। ବିଶେଷ ଭାବେ ଡାକ୍ତର ଙ୍କର ଏଭଳି ରୋଗୀ ଦେଖା ପ୍ରହସନ ଯୋଗୁଁ ଗରିବ ନିରୀହ ମୂଲ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ରୋଗୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ନଜିର ରହିଛି। ଡାକ୍ତର ଙ୍କର ଏତା ଦୃଶ୍ୟ କାର୍ଯ୍ୟକୁ ନେଇ ପ୍ରତିବାଦ ସ୍ୱର ଉଠାଇଲେ ଏହି ଡାକ୍ତର ମହୋଦୟ ଭୁକ୍ଷେପ ନକରି ସାମ୍ବାଦିକ ,ରାଜନେତା ଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ସୂଚନାଯୋଗ୍ୟ ତା ୪/୬/୨୦୨୩ ଦିନ ମେଡ଼ିକାଲ ଜଏନ ହୋଇଥିବା ଜଣେ ନାବାଳିକା ରୋଗୀ ଛାତି ବ୍ୟଥା ପାଇଁ ମେଡ଼ିସିନ ମହିଳା ବିଭାଗ ବେଡ଼ ନଂ ୧୭୦ ରେ ପଡି ଛଟପଟ ହେଉଥିବା ବେଳେ ଡାକ୍ତର ମେଡ଼ିସିନ ସ୍ପେଶାଲିଷ୍ଟ ଶ୍ରୀ ବେହେରା ସେହି ରୋଗୀର ରକ୍ତ ରିପୋର୍ଟ ନ ଆସିବା ପୂର୍ବରୁ ଡିସଚାର୍ଜ କରିଦେଇଥିଲେ। ନିଜ ସମ୍ପର୍କୀୟ ଙ୍କୁ ଦେଖିବା କୁ ଯାଇଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ ଗରିବ ନାବାଳିକା ରୋଗୀର ଅବସ୍ଥା ଏବଂ ଡାକ୍ତର ଙ୍କର ରୋଗୀ ପ୍ରତି ଦୁର୍ବ୍ୟବହାର କୁ ଦେଖି ନିଜ ମୋବାଇଲ ରେ ଫୋଟ ଓ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଡାକ୍ତର ଶ୍ରୀ ବେହେରା ତୁମେ କେତେ ପାଠ ପଡି ସାମ୍ବାଦିକ କରୁଛ। ମୁଁ ଚାହିଁଲେ ତୁମର ଅବସ୍ଥା ସାଙ୍ଘାତିକ କରିଦେବି କହି ସାମ୍ବାଦିକ ଙ୍କର ମୋବାଇଲ ଛଡାଇ ନେଇ ସାମ୍ବାଦିକ ଙ୍କର ଫୋଟ ଭିଡିଓ ଉଠାଇ ସାଧାରଣ ରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସାମ୍ବାଦିକ ଏହି ଘଟଣା ସମ୍ପର୍କରେ ନିଜ କନ୍ଧମାଳ ମିଡ଼ିଆ ଫୋରମ ସାମ୍ବାଦିକ ସଂଘରେ ଜଣାଇଥିଲେ। ସଙ୍ଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ସମସ୍ତ ସାମ୍ବାଦିକ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଡାକ୍ତର ଙ୍କର ଏଭଳି ବ୍ୟବହାର ପ୍ରଦର୍ଶନ କୁ ନିନ୍ଦା ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଡାକ୍ତର ଙ୍କର ବିରୁଦ୍ଧରେ ସମସ୍ତ ସାମ୍ବାଦିକ ଯାଇ ଫୁଲବାଣୀ ଟାଉନ ଥାନା ଅଧିକାରୀ ଙ୍କୁ ଭେଟି ଅଭିଯୋଗ ଦେଇଥିବା ବେଳେ ସମସ୍ତ ସାମ୍ବାଦିକ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କୁ ସାକ୍ଷାତ କରି ସଙ୍ଘ ପକ୍ଷରୁ ଡାକ୍ତର ଙ୍କର କାରନାମା ସମ୍ପର୍କରେ ବର୍ଣ୍ଣନା କରି ମେଡ଼ିକାଲ ଅବ୍ୟବସ୍ଥା କୁ ନେଇ ୬ ଦଫା ଦାବି ସମ୍ମଳିତ ପତ୍ର ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଙ୍କୁ ସାକ୍ଷାତ କରି ମିଡ଼ିଆ ଫୋରମ ସଭାପତି, ସୁନିଲ ବିଶ୍ୱାଳ, ସନ୍ତୋଷ ଦିଗାଲ , ଶିବାନନ୍ଦ ପଟ୍ଟନାୟକ,ଅଜିତ ମହାରଣା,ତ୍ରିନାଥ ସାହୁ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଶିଵ ବିଶ୍ୱାଳ,ସୂର୍ଯ୍ୟ ନାରାୟଣ ବେହେରା, ବୈଦ୍ୟନାଥ ନାୟକ,ବ୍ରଜମୋହନ ନାୟକ,ରମେଶ ଚନ୍ଦ୍ର ପ୍ରଧାନ, ଶିଵ ରାମ ନାୟକ,ପ୍ରମୁଖ ସାମ୍ବାଦିକ ଦାବୀ ପତ୍ର ପ୍ରଦାନ କରିଥିଲେ।
ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ