ଧର୍ମଗଡ:୧୯/୧୨/୨୨:କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଇଁ ସମଗ୍ର ଜିଲ୍ଲା ଚଳ ଚଞ୍ଚଳ ହୋଈ ଉଠିଛି । ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସ୍ଥର ରେ ଏହା ଆୟୋଜିତ ହୋଇ ପରେ ପରେ ବ୍ଲକ, ଏନଏସି ସ୍ଥର ଓ ଶେଷ ରେ ଜିଲ୍ଲା ସ୍ଥରିୟ ଉତ୍ସବ ଆୟୋଜିତ ହେବ । ଏହି ପାରିପେକ୍ଷି ରେ ଆଜି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତରାପୁର ଠାରେ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ତରାପୁର ଓ ଝାରକୁଣ୍ଡାମାଲ ଦଳ ମଧ୍ୟ ରେ ଅନୁଷ୍ଠିତ ଭଲିବଲ ଖେଳ ରେ ୧୦/୧୨ ପଏଣ୍ଟ ରେ ଝାର କୁଣ୍ଡା ମାଲ ଦଳ ବିଜୟୀ ହୋଇ ଥିଲା । ସେହିପରି ଆୟୋଜିତ ଫୁଟବଲ ଖେଳ ରେ ଝାରକୁଣ୍ଡାମାଲ ଦଳ ତରାପୁର ଦଳ କୁ ଟ୍ରାଇ ବ୍ରେକର ରେ ୫-୪ ଗୋଲ ରେ ପରାସ୍ତ କରିଥିଲା । ଖେଳ ଶିକ୍ଷକ ଅଜାମ୍ବିଲ ପଟେଲ, ଲକ୍ଷ ପତି ବିଶି ଓ କୃଷ୍ଣ ଚନ୍ଦ୍ର ଚାଲାନ ଖେଳ ପରିଚାଳନା କରିଥିଲେ । କ୍ରୀଡ଼ା ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ସରପଞ୍ଚ ସୁଷମା ସାହୁ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାପାତ୍ର , କୃଷ୍ଣ ଚନ୍ଦ୍ର ଦାସ, ନାଏବ ସରପଞ୍ଚ ବିଜୟ ଲକ୍ଷ୍ମୀ ବରିହା ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ଅଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
previous post