ଜୁନାଗଡ ୧୯/୧୨ (ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇ ଗାଁ ପଞ୍ଚାୟତ ଠାରେ କଳାହାଣ୍ଡି ଉତ୍ସବ ୨୦୨୩ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଳୟ କୁମାର ଆଚାର୍ଯ୍ୟ, କୁଲିହାରି ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପାଢ଼ୀ, ଲକ୍ଷ୍ମଣ ରଣ୍ ବୀର , ସମିତି ସଭ୍ୟା ମମତା ପାତ୍ର ଏବଂ ସମସ୍ତ ୱାର୍ଡ ସଭ୍ୟା ଓ ସଭ୍ୟ,ପୂର୍ବତନ ପ୍ରଧାନ ଶିକ୍ଷକ ସମୀର କୁମାର ନାଏକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।ଏହାପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତଯୋଗୀଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏଥିରେ ପଂଚାୟତର ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।