ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ୩୫୩ ଜାତୀୟ ରାଜପଥ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି,ଗତକାଲି ବିଲମ୍ବିତ ରାତ୍ରି ର ଘଟଣା ,ଓଡି ୧୮ ଏଫ ୩୫୧୪ ନମ୍ବର ମାଲବୋଝେଇ ଟ୍ରକ ଟି କୋମନା ଦେଇ ଆସୁଥିବାବେଳେ ବିପରିତ ଦିଗ ରେ ସିଜି ୦୪ଏନଏଚ ୧୩୯୭ ନମ୍ବର ଟ୍ରକ ନୂଆପଡା ଦେଇ ଆସୁଥିଲା ,ସାଇଡ ଦେବା ସମୟ ରେ ତରବୋଡ ଠାରେ ଦୁହେଁ ଟ୍ରକ ମୁହାଁ ମୁହିଁ ପିଟି ହୋଇଛନ୍ତି,ଯାଫଳ ରେ ଓଡିଶା ନମ୍ବର ଥିବା ରାୟଗଡା ର ଟ୍ରକ ଡ୍ରାଇଭର ଅଭିଶେକ ର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଥିବା ଅନ୍ୟ ଜଣକର ଶବ ର ଠିକଣା ଜଣା ପଡି ନାହିଁ,ଅନ୍ୟ ଛତିସଗଡ ନମ୍ବର ଥିବା ଦୁଇ ଚାଲକ ଓ ହେଲପର ମଧ୍ୟ ଗୁରୁତର ଭାବରେ ଆହାତ ହୋଇ ନୂଆପଡା ମୁଖ୍ୟ ଡାକ୍ତର ଖାନା ରେ ଭର୍ତି କରାଯାଇଛି,ହେଲେ ସେମାନଙ୍କ ଠିକଣା ମଧ୍ୟ ମିଲିପାରି ନାହିଁ,ତରବୋଡ ପୋଲିସ ଘଟଣାସ୍ଥଳ ରେ ପହଚିଂ ତଦନ୍ତ ଚଲାଉଛି।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ