ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟୋ ସାମ୍ବାଦିକତା କ୍ଷେତ୍ରରେ ଇପିଏ ଅଦ୍ୱିତୀୟ

ପ୍ରତିନିଧିମାନଙ୍କ ନିଷ୍ଠା ଏହାକୁ ବଳିଷ୍ଠ କରି ଗଢ଼ିତୋଳିଛି

କେବଳ ଓଡ଼ିଶା ନୁହେଁ ଭାରତବର୍ଷରେ ଫଟୋ ସାମ୍ବାଦିକତା କ୍ଷେତ୍ରରେ ଏକ ଅଦ୍ୱିତୀୟ ସଂସ୍ଥା । ସମ୍ବାଦ, ଫଟୋ ଏବଂ ଫଟୋ ଫିଚର ପାଇଁ ଏହା ଦେଶ ଓ ଦେଶ ବାହାରେ ଯଥେଷ୍ଟ ସୁନାମ ଅର୍ଜନ କରିଛି । ୧୯୮୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗଠନ ହୋଇଥିବା ଏହି ସଂସ୍ଥା ବହୁ ଘାତ ପ୍ରତିଘାତ ଦେଇ ଚାଲି ଆସିଛି ।

ଏହି ସଂସ୍ଥାରୁ ପ୍ରଶିକ୍ଷଣ ନେଇ ଅନେକ ଫଟୋ ସାମ୍ବାଦିକ ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜରେ ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି । ୧୯୮୪ ପୂର୍ବରୁ ଓଡ଼ିଶାରେ ଫଟୋ ସାମ୍ବାଦିକତାର ଚିହ୍ନବର୍ଣ୍ଣ ନଥିଲା । ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ଗଠନ ପରେ ଏହାର ସମ୍ବାଦ, ଫଟୋ ଏବଂ ଫଟୋ ଫିଚର ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା । ଏହି ସମ୍ବାଦ, ଫଟୋ ଓ ଫଟୋ ଫିଚର ସଂସ୍ଥା ଆରମ୍ଭ ବେଳେ ଓଡ଼ିଶାରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ସମାଜ, ପ୍ରଜାତନ୍ତ୍ର, ମାତୃଭାଷା ଓ ଦୈନିକଆଶାକୁ ଖବର ଓ ଫଟୋ ଯୋଗାଇ ଆସୁଥିଲା । ପରେ ଉପରୋକ୍ତ ସମ୍ବାଦପତ୍ର ସହ ଅଫସେଟ ମୁଦ୍ରିତ ସମ୍ବାଦ ଓ ଧରିତ୍ରୀ ନିୟମିତ ଫଟୋ ଓ ସମ୍ବାଦ ନେଉଥିଲେ ।

ଫଟୋ ଏବଂ ଫଟୋ ସହ ସମ୍ବାଦ ପାଠକଙ୍କୁ ବେଶ ଆକୃଷ୍ଟ କରିଥିଲା । ଫଟୋ ସାମ୍ବାଦିକତା କଣ ରାଜ୍ୟବାସୀ ଜାଣିଲେ । ନିଷ୍ଠା ଓ ଅଧ୍ୟବସାୟ ଏହାକୁ ଏକ ନମ୍ବର ସଂସ୍ଥାରେ ପରିଣତ କରିଛି । କେବଳ ଓଡ଼ିଶା ନୁହେଁ ଭାରତବର୍ଷ ଓ ଭାରତ ବାହାରର ବହୁ ଖବରକାଗଜ ଯଥା ନିୟୁୟର୍କ ଟାଇମ୍ସ, ୟୁରୋପିଆନ ଫଟୋ ଏଜେନ୍ସି ସମେତ ଦେଶର ବହୁ ଖବରକାଗଜ, ରଏଟର, ଏଏଫପି ଆଦି ଆମ ଫଟୋ ଏବଂ ସମ୍ବାଦ ଉପରେ ନିର୍ଭର କରୁଥିଲେ ।

ଇପିଏ ଉପରେ ସେମାନେ ଆସ୍ଥା ପ୍ରକଟ କରିଥିଲେ । ଷ୍ଟେନ ପୋଡି ଘଟଣା, ଟ୍ରେନ ଦୁର୍ଘଟଣା ସମେତ ଅନେକ ଫଟୋ ସମ୍ବାଦ ବିଳମ୍ବିତ ରାତିରେ ସମ୍ବାଦପତ୍ରଗୁଡ଼ିକ ନିକଟରେ ପହଞ୍ଚା ଯାଉଥିଲା । ଏମିତି ସମୟ ଆସିଲା ଯେ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆମ ଉପରେ ନିର୍ଭର କରୁଥିଲା । ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ଦେଶର ଏକ ନମ୍ବର ଅଗ୍ରଣୀ ଫଟୋ ସମ୍ବାଦ ସରବରାହ ସଂସ୍ଥା ଭାବେ ପରିଗଣିତ ହୋଇଥିଲା । ସାମ୍ବାଦିକତାରେ ଆମ ପ୍ରତିନିଧିମାନଙ୍କ ନିଷ୍ଠା ଏହାକୁ ବଳିଷ୍ଠ କରି ଗଢ଼ିତୋଳିଛି । ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଫଟୋ ଏବଂ ସ୍ୱତନ୍ତ୍ର ଫିଚର ଉପରେ ପ୍ରାଧାନ୍ୟ ଦେବା ଆବଶ୍ୟକ ।

୧୯୯୮ରେ ଇଷ୍ଟର୍ଣ୍ଣର୍ ପ୍ରେସ ଏଜେନ୍ସିରୁ ‘ଇପିଏ ଉଇକ୍ଲି’ ସାପ୍ତାହିକୀ ପ୍ରକାଶ ପାଇଥିଲା । ଏହା ୨୪ବର୍ଷ ପୂରଣ କରିଛି । ସେହି ଦିନରୁ ଏହା ଏକ ନମ୍ବର ସାପ୍ତାହିକୀ ହୋଇ ରହିଛି । ୧୮ ତାରିଖରେ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ସାମ୍ବାଦିକ ଓ ସଦସ୍ୟମାନଙ୍କୁ ନେଇ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଏହା କହିଛନ୍ତି ଇପିଏ ଉଇକ୍ଲିର ସମ୍ପାଦକ ଅଞ୍ଜଳୀ ମିଶ୍ର । ଉଇକ୍ଲିକୁ ଅଧିକ ଲୋକାଭିମୁଖୀ କରିବା ସହ ଏହାକୁ ବଞ୍ଚେଇ ରଖିବା ପାଇଁ ଆବଶ୍ୟକ ଉଦ୍ୟମ ଓ ସହଯୋଗ କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟ ସମ୍ପାଦକ ଅନିଲ ପ୍ରସାଦ ମିଶ୍ର ଅସୁସ୍ଥ ଥିବାରୁ ସେ ଆଭାଷୀ ବ୍ୟବସ୍ଥାରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସେମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ମୁଖ୍ୟ ସମ୍ପାଦକଙ୍କ ଆଶୁ ଆରେଗ୍ୟ କାମନା କରିଥିଲେ ଉପସ୍ଥିତ ସାମ୍ବାଦିକ ଓ ଶୁଭେଚ୍ଛୁମାନେ ।

ଇଷ୍ଟର୍ଣ୍ଣର୍ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ସଦସ୍ୟ ରବିପ୍ରିୟ ଦାଶ ସଂସ୍ଥା ସମ୍ପର୍କରେ ତଥ୍ୟ ରଖିଥିଲେ । ଏହାକୁ ଅଧିକ ଆଗକୁ ନେବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବରିଷ୍ଠ ସଦସ୍ୟ ହରି ପ୍ରସାଦ ଭାରତୀ, ମୁରଲୀଧର ମିଶ୍ର, ନବୀନ ପଶାୟତ, ଶ୍ରୀବତ୍ସ ପାଢ଼ୀ, ବିରଞ୍ôଚ ପତ୍ରୀ, ମିତ୍ରଭାନୁ ମହାପାତ୍ର, ଭାସ୍କର ମହାନ୍ତି, ଅଲେଖ ପୃଷ୍ଟି, ଦେବୀ ଦାସ ସାହୁ, ଗୋକୁଳ ଷଡ଼ଙ୍ଗୀ, ସୁବାସ ଡ଼ୋରା, ମୁରଲୀଧର ପାତ୍ର, ତିରୁମଲା ପ୍ରସାଦ ପଟ୍ଟନାୟକ, ବିଦ୍ୟାଧର ସାହୁ, ବୀରୁ ସାହୁ, ମଧୁସୂଚଦନ ସାହୁ, ଲଳିତ ଦାସ ଓ ପ୍ରସନ୍ନ ସାହୁ ପ୍ରମୁଖ ସଂସ୍ଥାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ବନ୍ଧୁମିଳନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୭୦ଜଣ ସାମ୍ବାଦିକ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେଡି ର ବାଇକ୍ ରେଲୀ

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ବାବା ସାହେବ ଆମ୍ବେଦକର ଙ୍କ ଉପରେ ଆଲୋଚନା ଚକ୍ର

masiha

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା କୃଷକ ଦିବସ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort