ଭବାନୀପାଟଣା: ତା ୧୮/୧୨/୨୦୨୨: କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ଥୁଆପଦର ବିଶ୍ୱାସ ଯୁବକ ସଙ୍ଘ ଦ୍ୱାରା ୧୯ତମ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ୟଙ୍ଗ ଇଲେଭେନ ଓ ଚୈତନ୍ୟ ଇଲେଭେନ ମାଧ୍ୟରେ ଅନୁଷ୍ଠିତ ହୋଇଥିଲା ଚୈତନ୍ୟ ଇଲେଭେନ ଟସ ଜିତି ବ୍ୟାଟିଙ୍ଗ କରି ନିଧାରିତ ୧୦ ଓଭର ରେ ୮୩ ରନ ସଂଗ୍ରହ କରିଥିବା ବେଳେ ୟଙ୍ଗ ଇଲେଭେନ ୮ ଉଈକେଟ ରେ ବିଜୟ ଲାଭ କରିଥିଲେ। ରୋବୋଟ ଅପରାଜିତ ୨୨ବଲ ରେ ୫୨ ରନ କରି ମ୍ୟାନ ଅଫ ଦା ମ୍ୟାଚ ଅକ୍ତିଆର କରିଥିଲେ। ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ ଯୁବକ ସଂଘର ସଦସ୍ୟ ଙ୍କୁ ଉତ୍ସlହିତ କରିବା ସହ ଖେଳ ଦେହ ଓ ମନକୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି ନକ ଆଉଟ କ୍ରିକେଟ ମ୍ୟାଚ ରେ ବିଶ୍ୱାସ ଯୁବକ ସଙ୍ଘ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶ କରିଥିବା ବେଳେ ରାଜେଶ ଦାସ, ସାଗର ବାଗ, ତପନ ଦାସ, ବିନୋଦ ଦାସ, ଜୟଦେବ ବିହାର, ମନୋଜ ଦାସ, ଧନୁ ମାଝୀ, ବିକାଶ ଦାସ, ଦୀପକ ଦାସ, ରଜତ ଦାସ, ବୃଷଭ ଦାସ ଓ ମଧୁ ଦାସ ସହଯୋଗ କରିଥିଲେ।
next post