କନ୍ଧମାଳ ଜିଲ୍ଲା ବିଜେଡି ନେତା ଜି. ଉଦୟଗିରି ବ୍ଲକ ଉପାଧ୍ୟକ୍ଷ ପ୍ରେମିକା କୁ ପ୍ରତାରଣା କରି ବିବାଦରେ ଫସିଗଲେ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହିତ ୨୦୨୦ ମସିହାରୁ ଶାରୀରିକ ସମ୍ପର୍କ ରଖିଥିଲେ ବ୍ଲକ ଉପାଧ୍ୟକ୍ଷ। ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଏ ସମ୍ପର୍କରେ ପ୍ରେମିକ ର ପ୍ରତାରଣା ଜାଣିପାରି ଥାନାରେ ଅଭିଯୋଗ କରିଥିଲେ ପ୍ରଥମେ ପ୍ରେମିକା। ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳରେ ଘଟିଛି।ବିଜେଡି ନେତା ଏନ. ଲୁକୋ। ସେ ଏବେ ଜି.ଉଦୟଗିରି ବ୍ଲକ୍ ଉପାଧ୍ୟକ୍ଷ ଅଛନ୍ତି। ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ରିଲୁ (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ରିଲୁ ମଧ୍ୟ ତାଙ୍କୁ ଭଲ ପାଉଥିଲା। ଏହାର ସୁଯୋଗ ନେଇ ଏନ୍.ଲୁକୋ ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ!ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ହେଲା ସୀମାଙ୍କୁ ଏନ୍. ଲୁକୋ ଧରାଛୁଆଁ ଦେଉନଥିଲେ। ପୂର୍ବ ପରି ତାଙ୍କ ସହିତ କଥା ହେଉନଥିଲେ। ଅନ୍ୟପକ୍ଷରେ ଏନ୍. ଲୁକୋଙ୍କ ବିବାହ କରିବା ପାଇଁ ପରିବାର ଲୋକେ ଆଉ ଜଣେ ଯୁବତୀଙ୍କୁ ଠିକ୍ କରିଥିଲେ। ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇଥାଆନ୍ତା। ଏକଥା ସୀମା ଜାଣିବା ପାରି ଏନ୍. ଲୁକୋଙ୍କ ବିରୋଧରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟିକାବାଲି ଥାନା ପୁଲିସ୍ କେସ ନଂ-୧୦୮/୨୨ ଦଫା ୩୬୭, ୪୧୭ ଆଇ ପି ସି ଧାରା ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜି. ଉଦୟଗିରି ବ୍ଲକ ଉପାଧ୍ୟକ୍ଷ ଏନ୍. ଲୁକୋଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ଅଧିକାରୀ କଲ୍ୟାଣି ମୟୀ ଷେଣ୍ଢ ଗଣମାଧ୍ୟମ କୁ ସୂଚନା ଦେଇଥିବା ବେଳେ ଅଭିଯୁକ୍ତ ଉପାଧ୍ୟକ୍ଷ ଓ ପ୍ରେମିକା ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ଜି.ଉଦୟଗିରି ଏସ୍ଡିପିଓ ଡି.ତିରୁପତି ରାଓ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।