ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

 ମୟୂରଭଞ୍ଜ -୨୧/୬ (ମସିହା)ମିଳିତ ଜାତିସଂଘ ଅଧିବେଶନ ଦ୍ବାରା ୧୧ ଡିସେମ୍ବର ୨୦୧୪ ରେ ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ ପାଇଁ ସଂକଳ୍ପ ପାଳିତ ହୋଇଥିଲା ।ଭାରତରେ ୬୦୦୦ ଵର୍ଷ ପୂର୍ବେ ଯୋଗର ଉତ୍ପତ୍ତି । ମହାନ ସନ୍ଥ,ଋଷି,ଯୋଗ ଗୁରୁ ଆଧ୍ଯାତ୍ମ ପୁରୁଷ କେଉଁ ଆବାହମାନ କାଳରେ ଥପ,ତପ,ଯୋଗ କରି ଆସୁଛନ୍ତି ।ଯୋଗ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଅଟେ । ସମଗ୍ର ବିଶ୍ବରେ ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ମାନବ ସମାଜରର ଶାରିରୀକ, ମାନସିକ, ଓ ବୌଦ୍ଧିକ ବିକାଶର ଏକ ଅମୋଘ ଅସ୍ତ୍ର ହେଉଛି ଯୋଗ । ଗୋଟିଏ ସୁସ୍ଥ ଶରୀର ଓ ମନ ହିଁ ସମଗ୍ର ବିଶ୍ବରେ ପ୍ରତ୍ଯକ ସମସ୍ୟାର ସମାଧାନ କରି ପାରିବ । ମହର୍ଷି ପାତାଞ୍ଜଳୀ ମାନବ ସମାଜର କଲ୍ୟାଣ ପାଇଁ ଅଷ୍ଟାଙ୍ଗ ଯୋଗ ପ୍ରଣୟନ କରିଛନ୍ତି । ବସ୍ତୁବାଦୀ ଦୁନିଆରେ ବିଷାଦଗ୍ରସ୍ଥ ମନକୁ ନିଜ ଅଧୀନରେ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ସାଧନା । ସମସ୍ତେ ଯୋଗାଭ୍ଯାସ କରି ନିଜର ଶରୀର ଓ ମନକୁ ସୁସ୍ଥ କରି ନିରାମୟ ଜୀବନ ପ୍ରାପ୍ତି ପାଇବି ଯୋଗ ଦିବସର ଏକମାତ୍ର ଉଦ୍ଦେଶ୍ୟ ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଯୋଗ ଶିକ୍ଷକ ସଂଜୟ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ରାଇରଙ୍ଗପୁର ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ ନନ୍ଦ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ରାଜେଶ ରାମ ପ୍ରମୁଖ ଯୋଗ ତାଲିମରେ ସହଯୋଗ କରିବା ସହ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବୁଦ୍ଧିଜିବୀ,ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

masiha

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!