ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ପେଶାଲ ଅଲମ୍ପିକ୍ସ , ଓଡ଼ିଶା ଆନୁକୂଲ୍ୟରେ ନେତୃତ୍ବ ବିକାଶ କାର୍ଯ୍ୟକ୍ରମ

ରାଉରକେଲା/ ଓଡିଶା ଭିନ୍ନକ୍ଷମ ଅନୁଷ୍ଠାନର ଆବାହକ ସରୋଜ ମହାନ୍ତି ଙ୍କ ଆହ୍ଵାନ ରେ ହୋମ୍ ଆଣ୍ଡ ହୋପ୍ ବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ସ୍ପେଶାଲ ଅଲମ୍ପିକ୍ସ କମିଟି ତରଫରୁ ନେତୃତ୍ବ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ର ଭିନ୍ନକ୍ଷମ ଙ୍କ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାଓଡ଼ା ସିଂ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବୈଦ୍ଧିକ ବିକାଶ ବାଧିତ ( ମାନସିକ ଭିନ୍ନକ୍ଷମ) ପିଲାମାନଙ୍କ ପାଇଁ ସ୍ପେଶାଲ ଅଲମ୍ପିକ୍ସ ଗଠନ ହେବା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏମାନଙ୍କୁ ଏଥିରେ ସାମିଲ କରି ଆଗକୁ ନେବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ପିଲାମାନଙ୍କ ର ଅନେକ ଗୁଡ଼ିଏ ଅନ୍ତର୍ନିହିତ ଗୁଣ ଭରିରହିଛି । ସୁବିଧା ସୁଯୋଗ ପାଇଲେ ଏମାନେ ନିଶ୍ଚୟ ସଫଳତା ହାସଲ କରିପାରିବେ । ଏଥିପାଇଁ ସରକାର ଙ୍କ ଦ୍ଵାରା ଯେଉଁ ସୁବିଧା ରହିଛି ତାକୁ ସହଜରେ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନଜୀବୀ ତଥା ସୋନପୁର ଜିଲ୍ଲା ର ରେୟାର ର ସଭାପତି ଗୋରୀଶଙ୍କର ପଣ୍ଡା ଏଥିରେ ଅଂଶ ଗ୍ରହଣ କରି କହିଲେ ଯେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ସରକାରୀ ସ୍ତରରେ ବିଶେଷ ଭାବେ ସମାନ ସୁଯୋଗ ସମାନ ଅଂଶ ଗ୍ରହଣ ର ଅଧିକାର ମିଳୁ ନାହିଁ । ଏଥିପାଇଁ ଆମକୁ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ କମିଟି ର ଆବଶ୍ୟକତା ରହିଛି । ସରୋଜ କୁମାର ମହାନ୍ତି ଙ୍କ ଆଗତ ପ୍ରସ୍ତାବ କୁ ଆଗେଇ ନେବାକୁ ସହମତି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗୁଡ଼ିକୁ ସୂଚିତ କରିଥିଲେ ।

 ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ର ଆବାହକ ଶ୍ରୀ ମହାନ୍ତି ସ୍ପେଶାଲ ଅଲମ୍ପିକ୍ସ ଓଡ଼ିଶା ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ଦେଇଥିଲେ । ସେ କହିଥିଲେ ଯେ,ଆମର ଏହି ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଠାରେ ବିଶେଷ ଭାବେ ଅନେକ ଅନ୍ତର୍ନିହିତ ଗୁଣ ଥିବା ସତ୍ତ୍ବେ ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ୍ବ ଆମ ଅଞ୍ଚଳର ଏହି ମାନସିକ ଭିନ୍ନକ୍ଷମ ପିଲାମାନେ ସ୍ପେଶାଲ ଅଲମ୍ପିକ୍ସ ରେ ଯୋଗଦାନ କରିବା ଅସମ୍ଭବ ହୋଇ ପଡିଛି।ଅଭିଭାବକ ମାନେ ପ୍ରଥମେ ଏ ଦିଗରେ ସଚେତନ ହେବା ଆବଶ୍ୟକ । ଅଭିଭାବକ ସଂଘ, ସ୍ଵତନ୍ତ୍ର ଶିକ୍ଷକ, ସାମାଜିକ ସଂସ୍କାର ପ୍ରତିନିଧି ମାନେ ଏକତ୍ରିତ ହୋଇ ଉକ୍ତ ପିଲାମାନଙ୍କୁ ଜିଲ୍ଲା ସ୍ତରରେ ପ୍ରଥମେ ଏକଜୁଟ ହେଇ ସେମାନଙ୍କୁ ଏ ଦିଗରେ ତାଲିମ ଦେଇ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପରେ ପରେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ । ହୋମ୍ ଆଣ୍ଡ ହୋପ୍ ର ସହ ସମ୍ପାଦକ ଗୈାରୀ ଶଙ୍କର ଦାସ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏ ଭଳି ଆୟୋଜନ ପାଇଁ ରାଉରକେଲା ଇସ୍ପାତ କାରଖାନା ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାରୁ ବ୍ରଜକିଶୋର ସାହୁ, କଟକରୁ ସୁଜାତା ପଟ୍ଟନାୟକ, ସୋନପୁର ରୁ ଶ୍ରୀ ଦେହୁରୀ, ହୋମ୍ ଆଣ୍ଡ ହୋପ୍ ରୁ ପଦ୍ମନୀ ଦାସ, ଆଶାଦୀପ ର ସବିତା ମହାନ୍ତି, ଶ୍ରଦ୍ଧା ର କାର୍ତ୍ତିକ ପାଣ୍ଡବ, ରୋଟାରୀୟାନ ସୁଚିସ୍ମିତା ବିଶ୍ଵାସ, ଅଭିଭାବକ ସଂଘ ରାଉରକେଲା ର ଗଗନ ବିହାରୀ ଧଳ ଓ ରଞ୍ଜନ ମହାରଣା , ଶ୍ୟାମ ଦେବକୀଅନୁ ଅନୁଷ୍ଠାନ ର ଶୁଭକାନ୍ତ ବୋଇତି, ରାଜଗାଙ୍ଗପୁର ହୋପ୍ ଅନୁଷ୍ଠାନର ସମ୍ପାଦକ ଆଶୀର୍ବାଦ ସାମଲ ଓ ଲକ୍ଷ୍ମୀଧର ପାଣିଗ୍ରାହୀ ପ୍ରଭୃତି ସେମାନଙ୍କର ପ୍ରାସଙ୍ଗିକ ବକ୍ତବ୍ୟ ରଖିବା ସହିତ ଉକ୍ତ ରାଜ୍ୟସ୍ତରୀୟ କମିଟି କୁ ଆଗେଇ ନେବାକୁ ସହମତି ପ୍ରକାଶ କରିଥିଲେ । ଶେଷରେ ଶୁଭକାନ୍ତ ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ । ହୋମ୍ ଆଣ୍ଡ ହୋପ୍, ଶ୍ରଦ୍ଧା, ଆଶାଦୀପ , ହୋପ୍, ଶ୍ୟାମ ଦେବକୀ ଅନୁ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ମିଶି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କଟକ, ଭୁବନେଶ୍ୱର, ସୋନପୁର ଏବଂ ବଲାଙ୍ଗିର ପ୍ରଭୃତି ଜିଲ୍ଲାରୁ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଅଂଶ ଗ୍ରହଣକାରୀ ଏଥିରେ ସାମିଲ ହୋଇ କାର୍ଯ୍ୟ କ୍ରମକୁ ସଫଳ କରାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort