କୋକସରା,୩୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପଳଝାପର ଗ୍ରାମର ଜଣେ ପରୋପକାରୀ ଧର୍ମପରାୟଣା ବୃଦ୍ଧା ମହିଳା ଧନମତି ବିଶି (୯୫) ଙ୍କ ଗୁରୁବାର ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ହେତୁ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହି ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। ଗାଁ ମଶାଣିରେ ତାଙ୍କ ପୁଅ ନରସିଂହ ବିଶି ମାଟି ଦେଇଥିଲେ। ବୃଦ୍ଧାଙ୍କ ନାତି ଭରତ ବିଶି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଏକ ଇଲକ୍ଟ୍ରୋନିକ୍ସ ମିଡ଼ିଆରେ ସାମ୍ବାଦିକ ରହିଛନ୍ତି। ବୃଦ୍ଧାଙ୍କ ମୃତ୍ୟୁରେ ଆତ୍ମୀୟ ସ୍ୱଜନ ମହଲରେ ଶୋକର ଛାୟା ଖେଳିଯାଇଛି।