ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବିକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର କଳା ଵ୍ୟାଚ ପରିଧାନ

ବିଭିନ୍ନ ଦାବିକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର କଳା ଵ୍ୟାଚ ପରିଧାନ

କାମାକ୍ଷାନଗର (ମନିସ )9/9/23 // ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଗତ ୨୦୧୬ ମସିହାଠାରୁ ଆରମ୍ଭ ହୋଇଅଛି । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏକ ଆଦର୍ଶ ଶିକ୍ଷା ଯୋଜନା ଯେଉଁଥରେ ଦୀର୍ଘ ୭ ବର୍ଷ ମଧ୍ୟରେ ପାଖାପାଖ‌ି ୪୦୦୦(ଚାରି ହଜାର) ରୁ ଉର୍ଦ୍ଧ୍ଵ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଷଷ୍ଠ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟକ ବିଦ୍ୟାଳୟରେ ପାଖାପାଖି ୫୦୦ ରୁ ୬୦୦ ଛାତ୍ର-ଛାତ୍ରୀ ଏଠାରେ ଅଧ୍ୟୟନରତ । ବିଗତ ବର୍ଷ ମାନଙ୍କରେ ସର୍ବ ଭାରତୀୟ ସ୍ତରରେ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ଦେଶରେ ଶ୍ରେଷ୍ଠ ୧୦ନଂ ତାଲିକାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସ୍ଥାନ ରହି ଆସୁଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନେ NEET, JEE ପରୀକ୍ଷାରେ ବିଶେଷ ସଫଳତାର ସହ କୃତକାର୍ଯ୍ୟ ହେଉଛନ୍ତି । 

ମାତ୍ର ଦୁଃଖ ଓ ପରିତାପର ବିଷୟ ଶିକ୍ଷକ ମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳିପାରି ନାହିଁ । ଓଡିଶା ଆଦର୍ଶ ବିଦ୍ୟାଳୟ ପତ୍ର ସଂଖ୍ୟା ନଂ.୦୪ ତା ୨୩.୧୧.୨୦୧୫ ରିଖ ଓ ପତ୍ର ସଂଖ୍ୟା ୬୬୧ ତା ୦୨.୦୩.୨୦୧୯ ରିଖ ଅନୁସାରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ନିୟମ ରେ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦୀର୍ଘ ୭ ବର୍ଷ ପରେ ମଧ୍ୟ ଏଯାବତ ତାହା ଲାଗୁ ହୋଇପାରିନାହିଁ । ଚାକିରୀ ସର୍ତ୍ତାବଳୀ ଓ କ୍ୟାଡର ନୟମାବଳୀ ପ୍ରସ୍ତୁତି କରିବାରେ କେଉଁ କାରଣରୁ ଏଥରେ ବିଳମ୍ବ ଘଟୁଛି? କେବେ ଆଦର୍ଶ ଶିକ୍ଷକମାନେ ସେମାନଙ୍କର ଉକ୍ତ ଆଧିକାରମାନ ପାଇପାରିବେ ଏବଂ ସରକାରୀ ଶିକ୍ଷକ ରୂପେ ମାନ୍ୟତା ଲାଭକରି ପାରିବେ? ପଦୋନ୍ନତି ପ୍ରକ୍ରିୟା ର ଶତକଡ଼ା ୫୦ ପ୍ରତିଶତ ସ୍ଥାନ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ସଂରକ୍ଷିତ ଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଏଥ୍ ନିମନ୍ତେ ସରକାରଙ୍କର ଭବିଷ୍ୟତ ଦୃଷ୍ଟିକୋଣ କ’ଣ ରହିଛି ?ଏସବୁକୁ ବିରୋଧ କରି ଓଡିଶା ଆଦର୍ଶ ବିଦ୍ୟାଳୟ କାମାକ୍ଷାନଗରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି କଳା ବ୍ୟାଜ୍ ପରିଧାନ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

masiha

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

Sunil Chandra Nayak

ରାଇରଙ୍ଗପୁର ରେ ଗଣେଶ ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ ମହିଳାଙ୍କ ରାନ୍ଧଣା ପ୍ରତିଯୋଗିତା 

masiha

Leave a Comment

error: Content is protected !!