ସ୍କୁଲରେ ମୂର୍ତ୍ତି ବଦଳରେ ଫୋଟ ରଖି କଲେ ଗଣେଶ ପୂଜା,ସ୍କୁଲ ସଭାପତି ଓ ଅବିଭାବକ ମହଲରେ ଅସନ୍ତୋଷ
ବନ୍ଧୁଗାଁ ତା ୧୯/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ମେକଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟା ଦାତା ଗଣେଶଙ୍କ ମୂର୍ତି ବଦଳରେ ଫୋଟ ରଖି ପୂଜା କରାଯାଇଛି ।ସ୍କୁଲ ଗୁଡ଼ିକରେ ଗଣେଶ ପୂଜା ଅବସରରେ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଅନେକ ଭାବାବେଗ ସହ ସ୍କୁଲରେ ପହଞ୍ଚି ପୁଜା କରିଥାନ୍ତି। କିନ୍ତୁ ଆଜି ପ୍ରଧାନ ଶିକ୍ଷକ ବି ରମେଶ ଗଣେଶ ପୂଜା ପାଳନ ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ନିରଞ୍ଜନ ଗରଡ଼ାଙ୍କୁ ନ ଜଣାଇ ଗଣେଷ ମୂର୍ତ୍ତି ବଦଳରେ ଫୋଟ ରଖି ପୂଜା କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଗଣେଶ ମୂର୍ତି ବଦଳରେ ଫୋଟ ରଖି ପୂଜା କରିଥିବାରୁ ଅବିଭାବକ ଓ ସଭାପତିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ ଗ୍ରାମ ବାସି ତୀବ୍ର ବିରୋଧ କରିଛନ୍ତି। ଗଣେଶ ପୂଜା ପାଳନ ଅବସରରେ ପ୍ରତିବର୍ଷ ଗଣେଶ ମୂର୍ତ୍ତି ଆଣି ପୁଜା କରାଯାଇ ଆସୁଛି । ସ୍କୁଲର ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ସରକାରଙ୍କ ତରଫରୁ କିଛି ଅନୁଦାନ ପ୍ରଦାନ କରାଯାଉଛି ତାହା ସଠିକ ଭାବେ ଖର୍ଚ୍ଚ ହେଉ ନାହିଁ,। ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରତିଦିନ ସଠିକ ଭାବେ ଦିଆଯାଉ ନାହିଁ। ଗଣେଶ ପୂଜା ପାଇଁ ମୂର୍ତ୍ତି କିଣିବାକୁ ଟଙ୍କା ପ୍ରଧାନ ଶିକ୍ଷକଙ୍କ ପାଖରେ ନ ଥିଲା ତେବେ ଆମ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଜଣାଇଥିଲେ ଆମେ ଟଙ୍କା ଚାନ୍ଦା ଆଦାୟ କରି ଗଣେଷ ମୂର୍ତ୍ତି କିଣି ଆଣି ପାରି ଥାନ୍ତୁ ଏହି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଏହି ପ୍ରକାର ଗଣେଶ ମୂର୍ତ୍ତି ବଦଳରେ ଫୋଟ ରଖି ପୂଜା ପାଇଁ କାହାକୁ ନିମନ୍ତ୍ରଣ ନକରି କରିଥିବାରୁ ସ୍କୁଲ ପରିଚାଳନା କମିଟି ସଭାପତି ନିରଞ୍ଜନ ଗରଡ଼ା ତୀବ୍ର ବିରୋଧ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।