୨୨ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା
ଜିଲ୍ଲା ମାନ୍ୟତା ନଦେଲେ ନିର୍ବାଚନରେ ଆତ୍ମଘାତୀ ସାଜିବେ : ବ୍ଲକ ସରପଞ୍ଚ ଓ ସମିତି ସଙ୍ଘ
ଜୁନାଗଡ଼ ୩୦/୯(ମ ନି ସ)କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀକୁ ନେଇ ଧାରଣା ଆଜି ୨୨ ଦିନରେ ପହଞ୍ଚିଛି । ଆଜି ଜୁନାଗଡ଼ ବ୍ଲକ ସରପଞ୍ଚ ସଙ୍ଘ ଓ ସମିତି ସଙ୍ଘ ଏହି ଧାରଣାରେ ସାମିଲ ହୋଇଥିଲେ । ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରୁଣା ରାଜଧାନୀ ଅଟେ । ବର୍ତ୍ତମାନ ଜୁନାଗଡ଼ ଜିଲ୍ଲା ଦାବୀ ଏକ ନ୍ୟାୟ ସଂଯୁକ୍ତ ଦାବୀ ଅଟେ । ରାଜତନ୍ତ୍ର ସମୟରେ ଜୁନାଗଡ଼ରେ ଥିବା ରାଜଧାନୀକୁ ଭବାନୀପାଟଣା ସ୍ଥାନାନ୍ତର କରାଗଲା । ବର୍ତ୍ତମାନ ଗଣତନ୍ତ୍ର ସମୟରେ ମଧ୍ୟ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଜୁନାଗଡ଼କୁ ଅବହେଳା କରାଯାଉଛି । ଜୁନାଗଡ଼ବାସୀ ନିଷ୍କପଟ, ସରଳ ବିଶ୍ୱାସୀ ବୋଲି ସବୁବେଳେ ବିଶ୍ୱାସଘାତକତା କରାଯାଉଛି । ବର୍ତ୍ତମାନ ଜୁନାଗଡ଼ବାସୀ ଏବେ ଏକଜୁଟ ହୋଇଛନ୍ତି । ନିଜ ମାଁ ମାଟିର ସୁରକ୍ଷା ପାଇଁ ଅହରହ ସଂଗ୍ରାମ ଜାରି ରହିବ । ସରକାର ଜୁନାଗଡ଼ର ଦାବୀକୁ ଆଦର ସହିତ ଗ୍ରହଣ କରି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରନ୍ତୁ । ନଚେତ ବ୍ଲକର ନିର୍ବାଚିତ ଜନପ୍ରତିନିଧିମାନେ ବ୍ଲକ କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଚଳ କରିବା ସହ ଆଗାମୀ ନିର୍ବାଚନ ସମୟରେ ସରକାରଙ୍କ ପାଇଁ ଆତ୍ମଘାତୀ ସାଜିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଆଜି ଜୁନାଗଡ଼ ସରପଞ୍ଚ ସଙ୍ଘ ଓ ସମିତି ସଙ୍ଘ ପକ୍ଷରୁ ଧାରଣା ସ୍ଥଳରୁ ସରକାରଙ୍କୁ ଚେତାବନୀ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ ଓ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର ଅଧ୍ୟକ୍ଷତା କରିଥିଲେ । ଏହି ବିକ୍ଷୋଭ ସଭାରେ ବ୍ଲକଉପାଧ୍ୟକ୍ଷ ପ୍ରମୋଦ ବେହେରା, ସରପଞ୍ଚ ମଳୟ ଆଚାର୍ଯ୍ୟ, ପ୍ରଭାକର ସେଠି, ପରମେଶ୍ବର ମେହେର, ବୀଣାପାଣି କନ୍ଦପାନ, ନିରଂଜନ ମାଝୀ, ସତ୍ୟଭାମା ପଣ୍ଡା, ରାମନାରାୟଣ ପଣ୍ଡା, ସନ୍ତୋସିନୀ ସିଂ, ରଶ୍ମିତା ନାଏକ, ଗୀତାଞ୍ଜଳୀ ଚନ୍ଦନ, ଅର୍ଚ୍ଚନା ମେହେର, ପାର୍ବତୀ ବିଶି, ଦିବ୍ୟଭାରତୀ ଲହଜଳ, ଶୋଭାଗିନୀ ସାହୁ, ପୂଜା ମନହୀରା, ଜାଜ୍ଞସେନି ପଣ୍ଡା, ପ୍ରମୋଜନୀ ପ୍ରହରାଜ, ଧନମତି ମାଝୀ, ସଂଯୁକ୍ତା ମାଝୀ, ଦିବ୍ୟଶଙ୍କର ଦୀପ, ବହୁଜନ ସଂଗ୍ରାମ ସମିତିର ଅଧ୍ୟକ୍ଷ ରଞ୍ଜନ କୁମାର ଜାଲ, ସହ ସମ୍ପାଦକ ନରେନ୍ଦ୍ର କ୍ଷିତି, ଖଗେଶ୍ବର ଧଙ୍ଗଡାମାଝୀ, ଗୌରହରି ବାଗ, ରଶ୍ମିରଞ୍ଜନ ନାୟକ,ଋଷି କ୍ଷିତି ପ୍ରମୁଖ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ସମ୍ପାଦନ ସନ୍ତୋଷ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।