ସ୍ବାସ୍ଥ୍ୟ ସମ୍ପର୍କିତ ଏକ ତାଲିମ ଶିବିର
ପଲନା:୧୨/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ବୋର୍ଡା ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆଜି ଯଥା ତା ୧୨/୧୦/୨୦୨୩ ରିଖ ଦିନ ପଲନା ପଞ୍ଚାୟତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ର ଠାରେ ଗାଁ କଲ୍ଯାଣ ସମିତିର ସମସ୍ତ ସଭ୍ଯଙ୍କୁ ନେଇ ସ୍ବାସ୍ଥ୍ୟ ସମ୍ପର୍କ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଏସ ଇଓ ସଂଯୁନ୍ତା ନାଏକ, ସିଏଚ ଓ କ୍ରିଷ୍ଣାରାଣୀ ବାଗ, ସେକ୍ଟର ସୁପରଭାଇଜସ ବିନୋଦ ବାଗ ପ୍ରମୁଖ ଯୋଗଦେଇ ତାଲିମ୍ ପ୍ରଦାନ କରିଥିବା ବେଳେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ଗାଁ କଲ୍ଯାଣ ସମିତି ସଭ୍ଯ, ଓ୍ବାର୍ଡ ମେମ୍ବର ତାଲିମ ନେଇଥିଲେ। ଆମ ପ୍ରତିନିଧି ଶ୍ରୀ ଡମ୍ବରୁ ଧର ପାଣିଗ୍ରାହୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।