ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଦାନ

ଦାନ

ମଣିଷ ମନରେ ଦିବ୍ୟ ଚେତନାର ଜାଗରଣ ରହିଅଛି

ଧନ ଅରଜିଲେ ଧରମ ନ କଲେ ତାର ମୂଲ୍ୟ ନାହିଁ କିଛି।

 

ଦାନଧର୍ମ କଲେ ପୁଣ୍ୟ ଫଳ ମିଳେ ବଂଶର ବଢଇ ମାନ

ସାତ ପୁରୁଷ ତା ମୋକ୍ଷ ପ୍ରାପ୍ତି ମିଳେ ଶାନ୍ତି ହେବେ ଭଗବାନ।

 

ଜଳଦାନ କରୁଅଛି ଇନ୍ଦ୍ର ଦେବ ପାଳୁଛି ଏହି ଧରଣୀ

ଦାନର ମହତ ଦାନି ଏକା ଜାଣେ ରହିଛି କେତେ କାହାଣୀ।

 

ମରମ ଦେବତା ଆଲୋକ ଦାନରେ ସବୁ ଦିଶେ ମନୋହର

ପବନ ଦେବତା ସଂସାର ପାଳନ୍ତି ହସୁଛି ସାରା ସଂସାର।

 

ରାଜା ହରିଶ୍ଚନ୍ଦ୍ର ସବୁ ଦାନ ଦେଇ ହେଲେ ଶଶ୍ମାନ ରକ୍ଷକ

ପୁତ୍ର ମୁଣ୍ଡ ଦାନ କରିଥିଲେ କର୍ଣ୍ଣ ସଂସାରେ ରହିଛି ଟେକ।

 

ବଳିରାଜା ସର୍ବ ଦାନ ଦେଇଥିଲେ ଶଙ୍ଖେ ପାଣି ଦେଲେ ଟେକି

ପାତାଳ ପୁରକୁ ଗମନ କରିଲେ ପୁରାଣ ରେ ଲେଖା ଅଛି।

 

ଅନ୍ନ ବସ୍ତ୍ର ଦାନ ଅଟେ ପୁଣ୍ୟ କର୍ମ ଦାନରେ ମିଳଇ ଶାନ୍ତି

ଗୋରୁ ଦାନ ଦେଲେ ସବୁ ପାପ ନାଶ ହୁଅନ୍ତି ସରଗ ପ୍ରାପ୍ତି।

 

ସାତ ଦୀପ ଜାଳି ବିବାହ ବେଦିରେ ପିତା କରେ କନ୍ୟା ଦାନ

କନ୍ୟା ଦାନ ଠାରୁ କିଛି ପୁଣ୍ୟ ନାହିଁ ନ ବୁଝନ୍ତି ଆଜି ଜନ।

 

ରକତ ଟୋପାଏ ନ ପାଇ ଦରିଦ୍ର ହା ହତସରେ ମରେ

ରକ୍ତଦାନ ଦେଇ ଜୀବନ ରହିଲେ ଶ୍ରେଷ୍ଠ ହେବ ଏ ସଂସାରେ।

 

କେତେ ପୁଣ୍ଯବନ୍ତ ଅଙ୍ଗ ଦାନ ଦେଇ ଜୀବନ ବଞ୍ଚାଉଛନ୍ତି

ଯୋଗୀ ଭିକାରୀ ଙ୍କୁ ଦାନ କରିଥିଲେ ଭଗବାନ ହେବେ ଖୁସି।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

Sunil Chandra Nayak

ନବରଙ୍ଗପୁର କଲେଜ ସ୍ବର୍ଣ୍ଣ ଜୟନ୍ତୀ କାର୍ଯ୍ୟକାରିଣୀ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!