ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅ’ ପତ୍ରିକା ଓ ସାଂସ୍କୃତିକ ଅନୁଷ୍ଠାନକୁ ‘ସାହିତ୍ୟ ସମ୍ମାନ’ 

ଅ’ ପତ୍ରିକା ଓ ସାଂସ୍କୃତିକ ଅନୁଷ୍ଠାନକୁ ‘ସାହିତ୍ୟ ସମ୍ମାନ’ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରୁ ପ୍ରକାଶିତ ହେଉଥିବା ସାହିତ୍ୟ (ଇ-ପତ୍ରିକା) ଅ’ ପତ୍ରିକା କୁ ସାହିତ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଅଛି l ମା’ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଯୁଯୁରାଙ୍ଗ(ନୂଆପଡ଼ା), କଳାହାଣ୍ଡି ପକ୍ଷରୁ ରବିବାର ହୋଇଥିବା ଏକାଦଶ ତମ ବାର୍ଷିକୀ ମହୋତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଅ’ପତ୍ରିକା ର ମୁଖ୍ୟ ସମ୍ପାଦକ ଶ୍ରୀମାନ ତପନ କୁମାର ସାହୁ, ସନ୍ତୋଶିନି ମାଝୀ, ଯେମନ୍ତ ସାହୁ, ସଂଯୁକ୍ତା ପାଢ଼ୀ, ଉଗ୍ରେ ସାହୁ, ତପନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଟିକୁ ଗ୍ରହଣ କରିଛନ୍ତି l ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅ’ପତ୍ରିକା, କୋଶଲି ସାହିତ୍ୟ ପତ୍ରିକା ‘ଉତେଇ’, ଦ୍ବି ମାସିକ ସମ୍ପର୍ଣ୍ଣ ନାରୀ ଭିତ୍ତିକ ସାହିତ୍ୟ ପତ୍ରିକା ‘ପେଞ୍ଜୋରାଣୀ’ ପ୍ରକାଶିତ କରି ନବ ପ୍ରତିଭାଙ୍କୁ ଆଗେଇ ଆଣୁ ଥିବା ବେଳେ ଆଜି ତପନ କୁମାର ସାହୁଙ୍କ ସମ୍ପାଦନାରେ ସାରା ପାଠକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି l କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଖ୍ୟାତ ଟକାରୁମାଲ ଗ୍ରାମରୁ ସାହିତ୍ୟ ସେବା ପାଇଁ ସେ ଆଜି ବେଶ ପରିଚିତ ହୋଇଥିବା ବେଳେ ଏହାର ଶ୍ରେୟ ଅ’ପରିବାରର ସମସ୍ତ ସଦସ୍ୟ ଏବଂ କବି, ପାଠକଙ୍କୁ ଦେଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଶା ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

masiha

Leave a Comment

error: Content is protected !!