ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଫୁଲ ଫୁଟା ଫଗୁଣ

ଫୁଲ ଫୁଟା ଫଗୁଣ

 

ଚୁଆ ଚନ୍ଦନର ଚଇତାଳି ତମେ

  ଝରା ବଉଳର ବାସ

କୃଷ୍ଣଚୁଡାର କମ୍ର ଅଧରରେ

  ମୋନାଲିସାର ହସ

  ଋତୁରେ ଫଗୁଣ ମାସ

ମଧୁମଳୟର ମୃଦୁ ହିଲ୍ଳୋଳରେ

  କନକଚମ୍ପାର ରାସ ।

ପଦ୍ମପଳାଶର ପାଖୁଡାରେ ତମେ

  ରଂଗ ଅବିରର ରେଣୁ

ରକ୍ତ କରବୀର ଲଲାଟ ସିନ୍ଦୁର

  ଗୋଧୂଳୀସଂଧ୍ୟାର ବେଣୁ

   ବୄନ୍ଦାବନ କୁଞ୍ଜ ରାଇ

ରଙ୍ଗ ଅବିରର ବର୍ଣ୍ଣାଳୀ ଭିତରେ

    ଉଜାଣି ଯମୁନା ନଈ ।

ମନହଂସପୁର ବନପିକ ତମେ

 ତନ୍ମୟ ବୀଣାର ସୁର

ହଳଦୀବସନ୍ତ ଛାତିରେ ଲାଗିଛି

 କାହା ପିଚକାରୀ ଧାର

 ରଂଗ ଅବିରକୁ ଗୋଳି

ଆନମନା ତମ ଅନନ୍ୟା ତନୁରେ

  ରଂଗ କେ ଦେଇଛି ବୋଳି ।

ଜୋଛନାନିଆଁରେ ଜଳୁଛି ତମର

  ଜଉମୁଦ ଦିଆ ଚିଠି

ଫଗୁଣ ଢ଼ାଳୁଛି ପ୍ରଣୟ ତଇଳ

  ରହିପାରୁନି ମୁଁ ଏଠି

ଅମାନିଆ ରଂଗ ହୋଲି

ଲାଜ ସରମକୁ ଛଡେଇ ନେଇଛି 

   ବସନ୍ତ ଆସୁଛି ବୋଲି ।

କାଙ୍ଗାଳୀ ଚରଣ ସେଠୀ

ଯାଜପୁର

 

Related posts

ସମ୍ବାଦ ସାହିତ୍ୟ ଘରର ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ମିଛ ମାୟା ସଂସାର

Sunil Chandra Nayak

ତୁଷରା 11ଷ୍ଟାର 3–0ଗୋଲରେ ସ୍ପୋର୍ଟ୍ସହଷ୍ଟେଲ ଭବାନୀପାଟଣାକୁ ପରାସ୍ତ କରି ସେମି ଫାଇନାଲରେ 

Sunil Chandra Nayak

Leave a Comment

error: Content is protected !!