ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

ଢେ଼ଙ୍କାନାଳ(ମ ସୀ ହା) ୧୪/୦୪_ଓଡ଼ାପଡ଼ା ବ୍ଲକ୍ ଇନ୍ଦିପୁର ପଞ୍ଚାୟତ ସ୍ଥିତ ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ଇନ୍ଦୁପୁର ଶନି ମନ୍ଦିର ଯାତ୍ରା ପଡିଆ ଠାରେ ପାଳିତ ହୋଇଯାଇଛି l ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଛତୁ ମଞ୍ଜି ଉତ୍ପାଦକ ଅଜୟ ପୃଷ୍ଠି, ମୂଖ୍ୟବକ୍ତା ଭାବେ ଇନ୍ଦିପୁର ବିକାଶ ପରିଷଦ ସଭାପତି ଶେଷଦେବ ସାହୁ, ସମ୍ମାନୀତ ଅତିଥି ଭାବେ ଗୌରାଙ୍ଗ ଚରଣ ସାହୁ, ଦାମୋଦର ନାୟକ ସୂର୍ଯ୍ୟମଣି ସାହୁ, ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ l ପ୍ରାରମ୍ଭରେ ସଂସଦର ସହ ସଂପାଦକ କାମାକ୍ଷା ପ୍ରସାଦ ବେହେରା ନବ ବର୍ଷ ର ଶୁଭେଛା ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ତ୍ରିଲୋଚନ ମହାରଣା ସଂପାଦକୀୟ ବକ୍ତବ୍ୟ ରଖି ନବବର୍ଷ ଉପରେ ଆଲୋକପାତ କରିଥିଲେ l କବିତା ପାଠ ଅବସରରେ କବି ଡମ୍ବରୁ ଧର ପ୍ରଧାନ, ଧନେଶ୍ଵର ସେନାପତି, ରବି ନାରାୟଣ ନାୟକ, ରାହାସ ବିହାରି ମହାନ୍ତି , ସୁବାଷ ଭୂୟାଁ, ସୁବାସ ନାୟକ, ଅରୁଣ ସାହୁ, ଭାସ୍କର ବେହେରା, ପ୍ରଶାନ୍ତ ସାହୁ, ଜଗବନ୍ଧୁ ସାହୁ ପ୍ରମୁଖ କବିତା ପାଠ କରିଥିଲେ ସଭା ଆରମ୍ଭରେ ଗ୍ରାମର ବରେଣ୍ୟ ସାହିତ୍ୟ ପ୍ରେମୀ ଇନ୍ଦ୍ରମଣି ପୃଷ୍ଟିଙ୍କ ବିୟୋଗରେ ଶୋକ ସଭା କରାଯାଇଥିଲା l ପରେ ପରେ ମଧୁବିକାଶ ର ଚତୁର୍ଥ ସଂଖ୍ୟା ଉନ୍ମୋଚିତ କରା ଯାଇଥିଲା ଏବଂ ସଂସଦ ପକ୍ଷରୁ ପଣା ବିତରଣ କରାଯାଇଥିଲା l ପରିଶେଷରେ ସଭାପତି ଅନୁମତି କ୍ରମେ ଉପସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ

Sunil Chandra Nayak

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

Leave a Comment

error: Content is protected !!