ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି
ରାଉରକେଲା : ସେକ୍ଟର ୪ ସ୍ଥିତ ଲୀଲା ରେଷ୍ଟୁରାଣ୍ଟ ଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଲେଯେ ବିଜେପି ଦ୍ଵାରା ଓଡ଼ିଶା ରାଜ୍ୟ ପାଇଁ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଙ୍କ ୨୫ ଟି ଗ୍ୟାରେଣ୍ଟିକୁ ଆମେ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ବଦ୍ଧ । ପାଂଚ ପାଂଚ ଥର ଶାସନ କ୍ଷମତାରେ ବସିଥିବା ଓଡିଶାବାସୀଙ୍କୁ କେବଳ ପ୍ରତାରଣା ଦେଇଛି ବିଜେଡି । ଗଣତନ୍ତ୍ରରେ ଜନତା ମାଲିକ । ଓଡିଶାବାସୀ ବିଜେଡି ପ୍ରତି ବିମୁଖ ହେଲେଣି । ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜରିଆରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ପହଂଚାଇବା ପାଇଁ ବିଜେପି ଚେଷ୍ଟା କରିଛି l ବିଜେଡି ସରକାରଙ୍କର ବ୍ୟାପକ ଦୁର୍ନୀତି ଓ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ସମାପ୍ତ କରିବୁ । ବିଜେଡ଼ି ଶାସନରେ କୃଷକ, ମହିଳା, ରୋଜଗାର, ଆଇନ ଶୃଂଖଳା, ସଂସ୍କୃତି ଓ ଗୌରବ କ୍ଷେତ୍ରରେ ଓଡ଼ିଶାର ମାନଚିତ୍ର ନିମ୍ନ ଗାମୀ ହୋଇଛି । ଏଣୁ ବିଜେଡି ବିରୁଦ୍ଧରେ ବିଜେପି ତରଫରୁ ଏକ ଚାର୍ଜ ସିଟ ଲୋକାର୍ପଣ କରାଯାଇଛି । ଏହି ଚାର୍ଜ ସିଟରେ ବିଜେଡ଼ି ସରକାରକୁ ତୀବ୍ର ସମାଲୋଚନା କରାଯିବା ସହିତ ପଞ୍ଚାୟତ ଠାରୁ ସଚିବାଳୟ ଯାଏ, ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜ ସିଟରେ ଜାରି କରାଯାଇଛି । ଆମ ଓଡ଼ିଶା ସଂକଳ୍ପ ପତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତା ଘାଟ କୁ ଗୁରୁତ୍ଵ ଦିଆ ଯାଇଛି । ସେହି ପରି ଚିଟଫଣ୍ଡ ଦୃନୀତି ଓ ମହିଳା ବିରୋଧି ହିଂସାକୁ ନେଇ ଶାସକ ବିଜୁ ଜନତା ଦଳକୁ ୨୫ ଟି ପ୍ରଶ୍ନ କରାଯାଇଛି । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ସରକାରକୁ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କ ରାଜ୍ୟ ଭାବେ ନୂଆ ରୂପ ନେଇଛି ଓଡିଶା । ୨୫ବର୍ଷ ଶାସନରେ ରହିବି ନବୀନ ବାବୁ ଗାଁକୁ ସମ୍ମାନ ଦେବା ଶିଖିନାହାନ୍ତି । ରାଜ୍ୟର ଅସ୍ମିତାକୁ ପଦଦଳିତ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଅସନ୍ତୋଷ ବିସ୍ଫୋରଣର ରୂପ ନେଇଛି । ତେଣୁ ଲୋକେ ଏବେ ପରିବର୍ତନ ଚାହୁଁଛନ୍ତି । ଗତ ୧୦ ବର୍ଷର ମୋଦି ସରକାରରେ ଓଡିଶାକୁ ଆସିଥିବା ୧୮.୮୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଓ ସହାୟତାକୁ ହରିଲୁଟ୍ କରାଯାଇଛି । ଗ୍ରାମାଚଂଳ ଓ ସହରାଚଂଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ବିକାଶ ନାଁରେ ବିନାଶ ଦେଖାଇଛନ୍ତି ନବୀନ ସରକାର । ସେବା ନାଁରେ ଶୋଷଣ କରିଛନ୍ତି । ଆମର ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ବିଜେଡି ସରକାର ତାକୁ ହଡ଼ପ କରି ବିଜୁ ପକ୍କା ଘର ନାମରେ ରାଜନୀତି ଚଳାଇଛି । ୨୦୧୩ ମସିହାରୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବା ତ ଦୂରର କଥା, ୱଫଳକ କୁଆଡେ଼ ଉଭେଇ ଗଲାଣି । ମେଡ଼ିକାଲ କଲେଜ, ଜାଭିୟର ମ୍ୟାନେଜମେଣ୍ଟ କଲେଜ, ନଦୀକୂଲେ ରିଙ୍ଗ ରୋଡ ଆଦି ପ୍ରତିଶୃତି ପାଣିର ଗାର ସଦୃଶ୍ୟ ହୋଇଛି। ୧୦ ବର୍ଷ ଧରି ଏ ଅଞ୍ଚଳର ବିଧାୟକ ଦିନେ ବି ଦେଖା ଯାଉ ନଥିଲେ, ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଜନତା ଆଣିଛନ୍ତି। ସେ ହାରିଯିବା ଭୟରେ ନିଜେ ଓହରି ଯାଇ ନିଜର ପତ୍ନୀଙ୍କୁ ଟିକେଟ ଦିଆ କରିଛନ୍ତି ଏବଂ କଂଗ୍ରେସ ଭଳି ବଂଶବାଦରେ ଜଡିତ ଅଛନ୍ତି । ଜନତା ଜନାର୍ଦ୍ଦନ ପରିବର୍ତ୍ତନ ଚାହୁଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ଜନତା ଚାହୁଁଛନ୍ତି । ଆପଣ ମାନଙ୍କୁ ପ୍ରତିଶ୍ରୁତି ଦେଇ ଦୁର୍ଗା ତନ୍ତୀ କହୁଛି ଆପଣ ମାନଙ୍କ ବସ୍ତି ଓ ଗାଁ ମାନଙ୍କ ପାଣି ସମସ୍ୟା, ଡ୍ରେନ ସମସ୍ୟା, ପକ୍କା ରାସ୍ତା ନିର୍ମାଣ କରିବା ସହିତ ଅମୃତ ଧାରାରେ ସମସ୍ତ ଘରକୁ ପିଇବା ପାଣି ନଳ ଦ୍ଵାରା ଘରକୁ ସଂଯୋଗ କରିବା, ଆଦିକୁ ପ୍ରାଥମିକତା ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ଠେଲା ବେପାରୀ ଶ୍ରମିକଙ୍କ ସମସ୍ୟା ଉପରେ ନଜର ଦେବା ସହିତ ମହିଳାଙ୍କ ସଶକ୍ତି ପାଇଁ କାମ କରିବେ । ବିଜେପି ହେଉଛି ବିକାଶର ପାର୍ଟି ଓ ସାଧାରଣ ଜନତାଙ୍କ ପାର୍ଟି , ବିକଶିତ ଭାରତର ଧାରାକୁ ଆଗକୁ ନେବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨୦୧୪ ପ୍ରଚାର ସମୟରେ ଜନତାଙ୍କୁ ଯେଉ ପ୍ରତିଶୃତି ଦେଇଥିଲେ ଦ୍ଵିତୀୟ ବ୍ରାହ୍ମଣୀ ବ୍ରିଜ ଓ ସୁପରସ୍ପିସିୟାଲିଟ ହସ୍ପିଟାଲ୍ ନିର୍ମାଣ କରି ଦେଶ ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି । ନିର୍ବାଚନରେ ବିଜୟୀ ହେଲେ ସେ ପ୍ରତିଶୃତିବଦ୍ଧ ଯେ ଏହି ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଜନତାଙ୍କ ସେବାରେ ତାଙ୍କ ଜୀବନ ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି । ଚଳିତ ନିର୍ବାଚନରେ ସେ ବିଜୟୀ ହେବା ପାଇଁ ସମସ୍ତଙ୍କ ସାହାଯ୍ୟ, ସହାନୁଭୂତି ଓ ଆଶୀର୍ବାଦ କାମନା କରି ଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


