ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

ମ.ରାମପୁର,୧୮/୦୫(ମସୀହା): ମଦନପୁର ରାମପୁର ଗ୍ରାମ ପଞ୍ଚାୟତ ସଭା ଗୃହ ରେ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫ ରୁ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଆହ୍ବାନ କ୍ରମେ ପରିଷଦ ର କୋଷାଧ୍ୟକ୍ଷ ସ୍ବର୍ଗତ ବିଭୂତି ଭୂଷଣ ମାହାଖୁଡଙ୍କ ଅମର ଆତ୍ମା ର ସଦ୍ଗତୀ ପାଇଁ ଶୋକ ଏବଂ ସ୍ମୃତି ଚାରଣ ସଭା ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି l ପରିଷଦ ର ଉପଦେଷ୍ଟା ସଦସ୍ୟ ପଦ୍ମଲୋଚନ ମିଶ୍ର ସ୍ବର୍ଗତ ବିଭୂତି ଭୂଷଣ ମହାଖୁଡ ଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଧୂପଦୀପ ପ୍ରଦାନ ପରେ ଏକ ମିନିଟ ନୀରବ ପ୍ରାର୍ଥନା କରିବା ପରେ ତାଙ୍କର ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ତାଙ୍କର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମା ର ସଦଗତୀ ପାଇଁ ପ୍ରାର୍ଥନା କରିଥିଲେ। ସେ ଜଣେ ଯୁବନେତା, ସୁସଂଗଠକ, ଓକିଲ ତଥା ଜଣେ ନିଃସ୍ଵାର୍ଥପର ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳ ରେ ସୁପରିଚିତ ଥିଲେ। ଶୋକ ସଭା କୁ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପରିଚଳନ କରିଥିବା ବେଳେ ଯୁବ ନେତା ତଥା ଆଇନଜୀବୀ ସତ୍ୟ ନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ପରମାନନ୍ଦ ବିଶି, ହେମନ୍ତ କୁମାର ସାହୁ , କୃଷ୍ଣ ଚନ୍ଦ୍ର ସାହୁ, ବିଜୟ ମହାଖୁଡ, ଚମରା ବଗର୍ତ୍ତୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଶତପଥୀ ପ୍ରମୁଖ ସ୍ମୃତି ଚରଣ କରିଥିଲେ l ନାରୀନେତ୍ରୀ ଯଶୋଦା ନାଗ, ୱାର୍ଡ ସଭ୍ୟ ଟୁନୁ ସୁନା, ବସନ୍ତ ମହାଖୁଡ ଓ ପଞ୍ଚାୟତ ର କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ମଧ୍ୟ ଅନୁଷ୍ଠାନ ଗୃହରେ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ସମ୍ପାଦକ ହେମନ୍ତ ସାହୁଙ୍କ ପରିଚାଳନାରେ ଅନୁଷ୍ଠାନ ର ସଭାପତି ପଦ୍ମ ଲୋଚନ ମିଶ୍ର, ବରିଷ୍ଠ ଆଇନଜୀବୀ ହିତେନ୍ଦ୍ର ମହାନ୍ତି, ସିପିଆଇଏମ୍ ନେତା ତଥା ବରିଷ୍ଠ ଓକିଲ ସତ୍ୟଜିତ ଚାଟାର୍ଜୀ, ନାରାୟଣ ମହାଳିକ, ବିଜୟ କୁମାର ମହାଖୁଡ, ଉଦୟ ନାଏକ, ହୃଦାନନ୍ଦ ସାହୁ, ସତ୍ୟନାରାୟଣ ସାହୁ, ରଜନୀକାନ୍ତ ମାହାଖୁଡ, ପ୍ରଶାନ୍ତ ସାମନ୍ତରା, ରାକେଶ ଶତପଥୀ, ମାନସ ପ୍ରହରାଜ ଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟ ସ୍ମୃତି ଚାରଣ କରି ଅମର ଆତ୍ମା ର ସଦ୍ଗଟି ପାଇଁ ଭାଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

masiha

ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

masiha

ଧର୍ମଗଡ଼: ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଉଦଘାଟିତ 

masiha

Leave a Comment

error: Content is protected !!