ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାପକୋ ତରଫରୁ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ

କାପକୋ ତରଫରୁ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ 

କୋରାପୁଟ ଅଫିସର୍ସ କ୍ଲବ ସମ୍ମୁଖରେ ଗାଁ ଆମ୍ବ ପସରା ଖୋଲାଯାଇଛି।ଏହି ଅସ୍ଥାୟୀ ଷ୍ଟଲରେ ବିଭିନ୍ନ ପ୍ରକାରର କୋରାପୁଟିଆ ଆମ୍ବ ବିକ୍ରୀ କରାଯାଉଛି। ମହିଳା ଓ ଉତ୍ପାଦକ ସଂଘ ପକ୍ଷରୁ ଜିଲ୍ଲାର ବୋରିଗୁମ୍ମା, ଲକ୍ଷ୍ମୀପୁର, ନନ୍ଦପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ବିଭିନ୍ନ ପ୍ରକାରର ଆମ୍ବ ସଂଗ୍ରହ କରାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଲୋକମାନେ ଯେପରି ଉଚିତ ମୂଲ୍ୟରେ ଆମ୍ବ କ୍ରୟ କରିପାରିବେ ଏବଂ ଚାଷୀ ଉଚିତ ମୂଲ୍ୟ ପାଇ ପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଛନ୍ତି। ବାଇଗଣ ପଲ୍ଲୀ, ଆମ୍ର ପଲ୍ଲୀ, ମଲ୍ଲିକା,ଲେଙ୍ଗଡା, ଦଶେରୀ ଓ ସୁନ୍ଦରୀ ଆମ୍ବ ବିକ୍ରୀ କରାଯାଉଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ଓ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ସାବିତ୍ରୀ ଅମାବାସ୍ୟା ରହିଥିବାରୁ ଉକ୍ତ ଷ୍ଟଲରେ ମହିଳା ମାନେ ଅଧିକା ସଂଖ୍ୟାରେ ଉପସ୍ଥିତ ରହି ଆମ୍ବ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା। କାପକୋ ସିଇଓ ଗୁରୁ ବୁରୁଡି ଯୋଗଦେଇ ପରିଚାଳନା କରିଥିଲେ।

କୋରାପୁଟ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ୍ 

Related posts

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫……. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ 

masiha

Koraput Collector Receives Prime Minister’s Excellence Award for Outstanding Governance

masiha

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!