ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା
ଲକ୍ଷ୍ମୀପୁର ୦୫/୦୬ // ସରକାରୀ କଳର ଅପବ୍ୟବହାର ବିଜେଡ଼ି ଦଳକୁ ମହାଙ୍ଗା ପଡ଼ିଛି।ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ରାଜ୍ ଚଳାଇଥିବା ବିଜେଡି ଦଳର ନବୀନ ସରକାରଙ୍କୁ ଶକ୍ତ ଝଟକା ଦେଇ ବିଜେପି ଓଡ଼ିଶା ରାଜ୍ୟକୁ ପ୍ରଥମ କରି ଅକ୍ତିଆର କରି ନେଇଛି।ଭିକ୍ ପାଣ୍ଡିଆନ ଯେଉଁଭଳି ସରକାରୀ ବାବୁଙ୍କୁ ଦଳି ଚକଟି ବ୍ୟବହାର କରୁଥିଲେ ତାର କୁ ପ୍ରଭାବ ଦଳକୁ ଭସ୍ମ କରିଛି ବୋଲି ଲୋକଙ୍କ ମଧ୍ୟରେ ଟୁପୂର୍ ଟାପୂର୍ ଚାଲିଛି। ଏଥି ସହ ରାଜ୍ୟ ସରକାର ନବୀନ ବାବୁଙ୍କ ମାଳମାଳ ସ୍କିମ୍ ,ବହୁଳ ପରିମାଣର ବିଜ୍ଞାପନ ଏଠି ଫେଲ୍ ମାରିଛି।ପୋଲିସ ପ୍ରଶାସନର ଅପବ୍ୟବହାର କୌଣସି କାମକୁ ଦେଲାନି।ବିଜେଡ଼ି ନେତା ଏଠି ମନ ମୁଖି କାମ ଚଳାଇଲେ।ତାଙ୍କ ଲୋକ ଏଠି ବଡ ବଡ କାମ ନେଇ ମଲାମାଲ ହେଲେ।ଏପରିକି କିଛି ଟାଉଟର କୁଜି ନେତାଙ୍କ ସମ୍ପତି ବଢ଼ି ଚାଲିଲା।ହେଲେ ଲୋକେ ଜେମିତିକକୁ ସେମିତି ରହିଗଲେ।କାମ ଧନ୍ଦା ମିଳିଲାନି,ବାହାର ରାଜ୍ୟକୁ ଦାଦନ ଖଟିବାକୁ ଜିବା ପାଇଁ ବାଧ୍ୟ ହେଲେ।ନବୀନ ସରକାରଙ୍କ ଅମଳରେ କେବଳ ଟଙ୍କିକିଆ ଚାଉଳ ଛାଡ଼ି ଦେଲେ ଆଉ କୌଣସି ଯୋଜନା ଗରିବ ଗୁରୁବାଙ୍କୁ ମିଳିଲାନି,ଖାଦ୍ୟ ଶସ୍ୟ ଦର ଆକାଶ ଛୁଆଁ ହେଲା।ସବୁ ବର୍ଗର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ।ଏଥି ସହ ରାଜ୍ୟ ସରକାରଙ୍କୁ ଚଳାଉଥିବା ପାଣ୍ଡିଆନ ଉପରେ ରାଜ୍ୟବାସୀ କ୍ଷୁବ୍ଧ ଥିଲେ।ସମୟକୁ କେବଳ ସଭିଏଁ ଅପେକ୍ଷା କରି ରହି ୨୦୨୪ ରେ ପାନେ ଦେଲେ।ନିଜ ସ୍ତ୍ରୀଙ୍କୁ ମିଶନ ଶକ୍ତି ଉଚ୍ଚ ପଦବୀରେ ବସାଇ ପାଣ୍ଡିଆନ ରାଜ୍ୟର ମହିଳା ମାନଙ୍କୁ ହାତବାରିଶି ସାଜି ଥିଲେ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏ ସଭିଏଁ ଯେତିକି ଭୟଭୀତ ନଥିଲେ ପାଣ୍ଡିଆନ ର ଗସ୍ତ ସମୟରେ ନିଜ ନିଜ ପଦବୀକୁ ବଞ୍ଚାଇବା ପାଇଁ ତାଠୁ ଅଧିକ ଭୟଭୀତ ରହୁଥିଲେ।ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ଉପରେ ବୋଲି ଭାବୁଥିବା ଭି.କେ ପଣ୍ଡିଆନ ଙ୍କୁ ନେଇ ପୋଲିସ ବିଭାଗ ଠାରୁ ଆରମ୍ଭ କରି ସବୁ କର୍ମଚାରୀ ମାନେ ମଧ୍ୟ ଭୟଭୀତ ରହୁଥିଲେ।
ଏପରିକି କାଳେ ତାଙ୍କ ହତା କର୍ତ୍ତା ଦୈବ ବିଧାତା ଙ୍କ କଥା ପଦାରେ ପଡ଼ିଯିବ ଭାବି ସାମାଜିକ ଗଣମାଧ୍ୟମକୁ ମଧ୍ୟ ପୋଲିସ ବାବୁ ଛାଡ଼ୁ ନଥିଲେ।ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶାରେ ଏକବାର ହିଟଲର ଶାସନ ଚାଲିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନି।କିନ୍ତୁ ହିଟଲର ଭଳି ବିଜେଡ଼ି ଦଳକୁ ତାର ପରିଣାମ ୨୦୨୪ ନିର୍ବାଚନରେ ଭୋଗିବାକୁ ପଡ଼ିଲା।ବିଜେଡ଼ି ଦଳ ଆଜି ତଳି ତଳାନ୍ତ ହୋଇଛି କେବଳ ଭି.କେ ପଣ୍ଡିଆନ ଓ ତାର ଚାମଚା ବବି ଦାସ ପାଇଁ ବୋଲି କଥା ଦାଣ୍ଡରେ ପଡ଼ି ଏବେ ହାଟରେ ଗଡ଼ୁଛି।
ପାଣ୍ଡିଆନ ଆସିବା ପରେ ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ମିଳିଲା ନାହିଁ।୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ଲହରକୁ ପ୍ରତ୍ୟାଖାନ କରି ପାଣ୍ଡିଆନ ଙ୍କ ବୁଧିରେ ଏକଚାଟିଆ ଭାବେ ନିଜ ଜିଦ୍ ରେ ଅଟଳ ରହିବା।ଚଳିତ ନିର୍ବାଚନରେ ଆଖି ବୁଝି ବିଜେଡି ପ୍ରାର୍ଥୀ ଚୟନ।ବିଜେଡିରେ ପୁରୁଖା ନେତାମାନଙ୍କୁ ଗୁରୁତ୍ଵ ନଦେବା।
ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଛତ୍ରଛାୟାରେ ରହିଥିବା ଅଫିସର ଓ କିଛି ନେତାଙ୍କ ବିରୁଦ୍ଧରେ ବହୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ମଧ୍ୟ ନବୀନ ବାବୁ ଚୁପ୍ ରହିବା।ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କା ଲୁଟ୍, ମହାପ୍ରଭୁଙ୍କ ନାଁରେ ଚାଉଳ ସଂଗ୍ରହ କରି ତାକୁ ନଷ୍ଟ କରିବା ଓ ବାହାର ରାଜ୍ୟର ଠିକାଦାର ମାନଙ୍କୁ ଅଧିକ ଗୁରୁତ୍ଵ ଦେବା ସହ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଠୁ ନିଜକୁ ବଡ ଭାବିବା ବୋଧେ ଉପର ବାଲା ଉଚିତ୍ ଭାବି ନାହାନ୍ତି।
ନିର୍ବାଚନ ସମୟରେ ଯୋଗ୍ୟକୁ କାଢି ଅଯୋଗ୍ୟ ମାନଙ୍କୁ ଟିକେଟ ଦେବା ଚଳିତ ନିର୍ବାଚନରେ ଦଳ ପାଇଁ କଷ୍ଟ ସାବ୍ୟସ୍ତ ହୋଇଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରଠୁ ଦୂରେଇ ରହିଥିବା ବେଳେ ଭି.କେ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଏହାର ଫାଇଦା ନେଇ ନିଜେ ମଲାମାଲ୍ ହେଇ ଚାଲିଲେ।ଯାହା ଆଜି ଓଡ଼ିଶାର ଏକ ପୁରୁଖା ଦଳକୁ ତଳି ତଳାନ୍ତ କରିବାକୁ ପଛାଇ ନାହିଁ।ତେଣୁ କଥାରେ ଅଛି ନିଜ ବୁଦ୍ଧିରେ ଭାଲୁ ଧରିବ କିନ୍ତୁ ପର ବୁଦ୍ଧିରେ ଘୋଡ଼ା ଚଢ଼ିବ ନାହିଁ।ଯାହା ଆଜି ଓଡିଶା ରାଜନୀତିରେ ସତ ସାବ୍ୟସ୍ତ ହୋଇଛି।
ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍


