ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ମୁଁ ଏମିତି କାହିଁକି

ମୁଁ ଏମିତି କାହିଁକି

 

ଶରତ ଚନ୍ଦ୍ର ପଣ୍ଡା 

 

ମୁଁ ଏମିତି କାହିଁକି ଜନମ ନେଲି

ଘରର ହେଲିନା ପରର ହେଲି ll

କେହି ହେଲେନାହିଁ ମୋର ନିଜର

ବୁଝିଲିନି କିଛି ଆପଣା ପର ll

ଆପଣା ଭାବି ମୁଁ ଯା’ପାଖେ ଗଲି 

ଘୃଣା, ଭୃ’କୁଞ୍ଚନ ଖାଲି ପାଇଲି…

ଏମିତି କାହିଁକି ଜନମ ନେଲି….. Il 1 ll

ଭାବିଥିଲି ହେବି ଜଗତ ଜିତା

ଜହ୍ନ ରାଇଜରେ କାଟିବି ଫିତା ll

ଭାବନା ମୋ ସବୁ ଚୁଲିକୁ ଗଲା

ଆତ୍ମଗ୍ଲାନିରେ ମୋ ସମୟ ଗଲା ll

ଜୀବନ କୁ ଖାଲି ଭଲ ପାଇଲି

କର୍ତ୍ତବ୍ୟ କୁ ବୋଝ ବୋଲି ଭାବିଲି…..

ମୁଁ ଏମିତି କାହିଁକି ଜନମ ନେଲି….. Il 2ll

ବିଭୁ କୃପା ବଳେ ଧରା ଧାମରେ

କେତେ କର୍ମବୀର ଉଚ୍ଚl ରାଶିରେ ll

ରଖିଗଲେ ଟେକ ଇତିହାସରେ

କର୍ମ ଗନ୍ଧ ମହ ମହ ବାସରେ ll

ଆଖୁର ହେଲିନା ଗୁଡ଼ର ହେଲି

ନିନ୍ଦା ଅପଯଶ ଖାଲି ଅର୍ଜିଲି…. Il

ମୁଁ ଏମିତି କାହିଁକି ଜନମ ନେଲି………..ll 3ll

କାହା ଉପକାରେ ଲାଗିଲି ନାହିଁ

ଅର୍ଥ ପଛେ ଗଲି ପାଗଳ ହୋଇ ll

ସ୍ଵାର୍ଥକୁ କରିଲି ଗଳlର ମାଳ

ଫଳ ରଖି ଦେଇ ବlଢ଼ିଲି ଝୋଳ ll

ମାନବ ଜନମ ବିଫଳ କଲି

ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ କଲି

ମୁଁ ଏମିତି କାହିଁକି ଜନମ ନେଲି….ll 4 Il 

ହାତେ ମାପି ଚାଖଣ୍ଡ ରେ ଚlଲିଲି

ମୋ ଚତୁର୍ପାଶ୍ୱକୁ ଶତ୍ରୁ ଭାବିଲି ll

ସାମଜ ସ୍ୱାର୍ଥକୁ ପଛେ ପକାଇ

ଗୋଷ୍ଠୀ ସ୍ଵାର୍ଥ ଯାହା ଖାଇଲି ମୁହିଁ ll

ଯାହା ଧନ ଅର୍ଜି ଠୁଳ କରିଲି

ବଇଦ ହାତରେ ସମର୍ପିଦେଲି ll

ମୁଁ ଏମିତି କାହିଁକି ଜନମ ନେଲି…… Il 5 ll

କଳା ଶ୍ରୀମୁଖ କୁ ଭଜିଲି ନାହିଁ

ଜପ ତପ ଜ୍ଞାନ ଲଭିଲି କାହିଁ ll

ଦାନ ଧ୍ୟାନ ସବୁ ଭୁଲିଲି ମୁହିଁ 

ଧନ ଅରଜିଲି ମୋହରେ ଥାଇ ll

ନର୍କ ଯନ୍ତ୍ରଣା କୁ ନିଜେ ଅର୍ଜିଲି

କାଠ ହୋଇ ନିଜେ ଗଛ ହାଣିଲି

ମୁଁ ଏମିତି କାହିଁ କି ଜନମ ନେଲି…… Il 6 ll

ଶରତ ଚନ୍ଦ୍ର ପଣ୍ଡା

 

 

Related posts

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ହର ଘର ତ୍ରିରଙ୍ଗା ପତାକା ବିକ୍ରୟ କାର୍ଜ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!