ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

ଲଳିତା

 

ଚୁମ୍ବନ ବୋଳା କେତେ ଚୋରା ଚିଠି

  ରାଧାଠୁ କୃଷ୍ଣଙ୍କୁ ଦେଇଛ

ମହୁମୁହାଣର ମଧ୍ୟସ୍ଥି ତୁମେ ଗୋ !

  ଲହୁ ଲୁହାଣରେ ରହିଛ ।

ତୁମ ମନ ବନ ଅବ୍ୟକ୍ତ ବେଦନା

    ଶ୍ରୀରାଧାରେ କେବେ କହିଚ

କାହ୍ନୁ କର ସ୍ପର୍ଶେ କୁଆଁରୀ ସ୍ପନ୍ଦନ

  ଅନୁଭବ କେବେ କରିଚ ?

ଦୁହେଁ କେବେ ଥରେ ପଚାରିଛନ୍ତି କି ?

  ତୁମ ମରମର ବେଦନା

କାମିନୀ କାମନା ପ୍ରଣୟ ବାସନା

  ତମ ମନେ ଜାଗି ଉଠେନା ?

କେତେଯେ ଗୁମାନ ମାନ ଅଭିମାନ

  ସମାଧାନ ନିଜେ କରିଚ

ଯୌବନ ନଈରେ ମିଠା ତରଙ୍ଗର

   ଅନୁଭବ କେବେ ଆଣିଚ ?

ତୁମେ ବି ତ ନାରୀ ରାଧିକାଙ୍କ

 ପରି

  କୃଷ୍ଣ ନ ଜାଣିଲେ କେମନ୍ତ ?

ଦୀପଶିଖା ଭଳି ନିଜେ ଜଳି ଜଳି

  ଆଲୋକ ପ୍ରଦାନ ଯେମନ୍ତ୍ ।

ଯୁଗଳବନ୍ଦୀର ନଗ୍ନଭିସାରେ

 ମଗ୍ନ ହେଲନି କେମିତି?

ଧନ୍ୟ ଗୋ ! *ଲଳିତା* ରଖି ଗଲ କଥା

  ଧନ୍ୟ ଶ୍ରୀମତୀ ଶ୍ରୀପତି ।

   କାଙ୍ଗାଳୀ ଚରଣ ସେଠୀ

       ଯାଜପୁର 

Related posts

ଗିରିରାଜ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ହର୍ ଘର୍ ତ୍ରିରଙ୍ଗା ଓ ରକ୍ଷାବନ୍ଧନ କାର୍ଯକ୍ରମ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

Sunil Chandra Nayak

ଗୋଳାମୁଣ୍ଡା ବ୍ଲକରେ ପଦାରେ ପଡିଛି ସର୍ବଶିକ୍ଷା ଅଭିଯାନର ଅସଲ ଚିତ୍ର

Sunil Chandra Nayak

Leave a Comment

error: Content is protected !!