ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଥମଥର ପାଇଁ କେସିଙ୍ଗାରେ ଶ୍ରୀରାମ ନବମୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପଦଯାତ୍ରା

କେସିଙ୍ଗା – ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ କେସୀଙ୍ଗା ବାସୀ ତରଫରୁ ପ୍ରଥମଥର ପାଇଁ ମହାପ୍ରଭୁ ଶ୍ରୀରାମଙ୍କ ରଥ ସହ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଅମ୍ବାଜୀ ମନ୍ଦିର ନିକଟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଜାତି ଧର୍ମ ନିର୍ବିଶେଷରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମୃଦଙ୍ଗ, ଢୋଲ, ଶଙ୍ଖ, ଘଣ୍ଟଘଣ୍ଟାର ତାଳେ ତାଳେ ନାଚିବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ। ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମଧ୍ୟ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଥଣ୍ଡାପାନୀୟ ଓ ଦହି ସରବତ ବଣ୍ଟନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ମହାପ୍ରଭୁ ଶ୍ରୀରାମଙ୍କ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଥିଲା।

ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା 

Related posts

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଜଣାଣ ସାଖି ରହିଲୁ ମା’ ତୁ ଜୟଚଣ୍ଡୀ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ସୁରେଶ ଚନ୍ଦ୍ର ପାଢ଼ୀ, ବୁଗୁଡ଼ା, ଗଞ୍ଜାମ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!