ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ 

ରାଉରକେଲା:ପ୍ରତିବର୍ଷ ଜୁନ୍ ୧୯ରେ ବିଶ୍ୱ ସିକିଲ୍ ସେଲ୍ ରୋଗ ବା ରକ୍ତ ଶିକୁଳି ରୋଗ ବିଷୟରେ ଜନସଚେତନତା ବୃଦ୍ଧି ପାଇଁ ‘ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଇଥାଏ। ଏହି ଅବସରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା-ଏନ୍‌ଏସ୍‌ଏସ୍‌, ଯୁବ ରେଡ୍‌କ୍ରସ- ୱାଇଆର୍‌ସି ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ – ଏନ୍‌ସିସି ଶାଖା ପକ୍ଷରୁ ମିଳିତଭାବେ ଏହି ଅବସରରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହା ସହିତ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାଚୀରପତ୍ର ବା ପୋଷ୍ଟର ମେକିଙ୍ଗ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମହବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଓ ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଅଧିକାରୀ ଅଶୋକ ମିଞ୍ଜ, ଏନ୍‌ସିସିର ଭାରପ୍ରାପ୍ତ ଅଧିକାରୀ କ୍ୟାପ୍‌ଟେନ୍‌ ମୀନା ଦାସ ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ। ପ୍ରତିଯୋଗିତାର ବିଚାରକଭାବେ ଅଧ୍ୟାପିକା ଡ ସସ୍ମିତା ସାମଲ ଓ ଡ ସୋନିଆ ଏବଂ ଅଧ୍ୟାପକ ମାୟାଧର ବାରିକ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ବେହେରା ଏହି ରୋଗ ସମ୍ପର୍କରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି, ରୋଗର ଶୀଘ୍ର ନିରାକରଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରଭାବିତଙ୍କ ପାଇଁ ଯତ୍ନର ଗୁଣବତ୍ତା ଉପରେ ଧ୍ୟାନ ଦେବା ଏହି ଅବସରରେ କରାଯାଇଥାଏ ବୋଲି କହିଥିଲେ । ଏହି ରକ୍ତ କୋଷ ରୋଗର ବିଶ୍ଵ ବ୍ୟାପୀ ପ୍ରଭାବକୁ ସ୍ୱୀକୃତି ଦେଇ ମିଳିତ ଜାତିସଂଘର ସାଧାରଣ ସଭା ଡିସେମ୍ବର ୨୦୦୮ରେ ଏକ ସଂକଳ୍ପ ପାରିତ କରି ଜୁନ୍ ୧୯କୁ ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ ଭାବରେ ନାମିତ କରିଥିଲା ବୋଲି ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ଅସୁସ୍ଥ ବା ଅସ୍ୱାଭାବିକ ରକ୍ତ କୋଷ ରୋଗ ହେଉଛି ଏକ ଜେନେଟିକ୍ ବ୍ୟାଧି ଯେଉଁଥିରେ ଲାଲ ରକ୍ତ କଣିକା ବିକୃତ ହୋଇ ଏକ ଦାଆ ଆକାରରେ ପରିଣତ ହୁଏ । ଏହି ଅସ୍ୱାଭାବିକ କୋଷଗୁଡ଼ିକ ଶୀଘ୍ର ମରିଯାଆନ୍ତି ଏବଂ ରକ୍ତ ପ୍ରବାହକୁ ରୋକିଦିଅନ୍ତି । ତେଣୁ ସୁସ୍ଥ ଲାଲ ରକ୍ତ କଣିକା ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଆସେ ବୋଲି ଶ୍ରୀମତି ଭୋଇ ସୂଚନା ଦେଇଥିଲେ। ବିଶ୍ଵ ସ୍ତରରେ, ଏହି ସମସ୍ୟା ପ୍ରତ୍ୟେକ ଜାତି ଏବଂ ଗୋଷ୍ଠୀର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ ହେଉଛି ‘ପ୍ରଗତି ମାଧ୍ୟମରେ ଆଶା- ବିଶ୍ଵସ୍ତରରେ ସିକିଲ୍ ସେଲ୍ ଦ୍ଵାରା ପ୍ରଭାବିତଙ୍କ ପାଇଁ ଯତ୍ନକୁ ଆଗେଇ ନେବା’ ବୋଲି କ୍ୟାପ୍‌ଟେନ୍‌ ମୀନା ଦାସ ଆହ୍ୱାନ ଦେଇଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଆମେ ବିଶ୍ଵାସ କରୁ ଯେ, ଏକତ୍ରିତ ହୋଇ ଆମର ବର୍ଦ୍ଧିତ ସ୍ୱର ମାଧ୍ୟମରେ ଆମେ ସଚେତନତା ସୃଷ୍ଟି କରିବୁ, ଭ୍ରାନ୍ତ ଧାରଣା ହ୍ରାସ କରିବୁ ଏବଂ ଏହି ରୋଗରେ ଆକ୍ରାନ୍ତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବୁ ବୋଲି ବାର୍ତ୍ତା ଦେଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଜୁନ୍‌ ଜୁନ୍‌ ୧୯ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପରିପ୍ରେକ୍ଷୀରେ ସିକିଲ୍‌ ସେଲ୍‌ ରୋଗର ପରୀକ୍ଷା ବା ସ୍କ୍ରିନିଂ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୨ ବାଟାଲିୟନ ସି ଆର୍ ପି ଏଫ୍ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Sunil Chandra Nayak

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

Sunil Chandra Nayak

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!