ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଘାଟିରେ କାର ଟ୍ରକ ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର

ଆମପାଣି ଘାଟିରେ କାର ଟ୍ରକ ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର

କୋକସରା,୨୦/୬ // କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଆଜି ସନ୍ଧ୍ୟାରେ ଜଗଦଲପୁରରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର ଓ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି । ଟ୍ରକରେ ପିଟିହୋଇ କାରର ସାମ୍ନା ପଟ ଚୁରମାର ହୋଇ ପଡ଼ିଥିବା ବେଳେ କାରରେ ଥିବା ଡ୍ରାଇଭର ଓ ପରିବାରର ୪ ଜଣଙ୍କ ମଧ୍ୟରୁ ରବୀନ୍ଦ୍ର କୁମାର ଅଗ୍ରୱାଲ (୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ରବୀନ୍ଦ୍ରଙ୍କୁ ଜିଲ୍ଲା ସଦର ହସ୍ପିଟାଲ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମୂରଲୀଧର ଉର୍ମାଲ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର, ୫ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଅଟକ

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!