ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ତୁମେ ଭକ୍ତ କଥା ଶୁଣ ନାହିଁ ବୋଲିି

    ତୁମେ ବଡ ଦଗାଦିଆ

ତୁମେ ତ ଷାଠିଏ ପଉଟି ପ୍ରସାଦ

   ଖାଉଛ ନିଳାଞ୍ଚଳିଆ।

ତୁମ ଇଚ୍ଛା ହେଲେ ବର୍ଷ ଥରେ ଆସ

    ବଡ଼ଦାଣ୍ଡ ଯାତ୍ରା କରି

ଭକତକୁ ଡାକ ଦରଶନ ଦିଅ

   ରଥେ ବିଜେ ତିନି ହରି।

ଭକତ ମେଳରେ ଆନନ୍ଦ କରୁଛ

    ନବ ଦିନ ଯାତ୍ରା ପ୍ରଭୁ

ମାଉସୀ ମା’ଘରେ ପିଠା ପଣା ଖାଇ

    ଶ୍ରୀମନ୍ଦିର ଗସ୍ତେଥିବୁ।

ଏତେ ଦିନ ରହି ଘରଣୀଙ୍କୁ ଭୁଲି

     ରାଗରେ ଲକ୍ଷ୍ମୀ ମା କୋପ

ରଥକୁ ଲଗାଇ ଆଘାତର ଚୋଟ

    ମିଠା ଖାଇ ରାଗ ଲୋପ।

  ଭକତ ଜୀବନ ଦୁଃଖ ସୁଖ ହରି

    ଭକତ ପରାଣ ଧନ

ତମକୁ ଛାଡ଼ିଲେ କିଏ ବଞ୍ଚି ପାରେ

   ତୁମେ ଭକ୍ତଙ୍କ ଜୀବନ।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚନ୍ଦ୍ରଗ୍ରହଣ….

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!