ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରଣପୁର ଗୁଳିକାଣ୍ଡରେ ମାଁ ମୃତ ଝିଅ ଗୁରୁତର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି: କାରଣ ଅସ୍ପଷ୍ଟ

ରଣପୁର ଗୁଳିକାଣ୍ଡରେ ମାଁ ମୃତ ଝିଅ ଗୁରୁତର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି: କାରଣ ଅସ୍ପଷ୍ଟ

ଥୁଆମୁଳ ରାମପୁର :୩୦/୦୬ – (ମନିସ):- ଗୁଳିକାଣ୍ଡରେ ମାଁ ମୃତ୍ୟୁବରଣ କରିଥିବା ବେଳେ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି। କର୍ଲାପାଟ ପୋଲିସ ରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ କର୍ଲାପାଟ ଥାନା ଅନ୍ତର୍ଗତ ଗୁଣପୁର ପଞ୍ଚାୟତ ନିକଟରେ ଥିବା ରଣପୁର ଗ୍ରାମର ଜେମା ଦେଇ ମାଝୀ (୩୯) ଓ ଝିଅ ଦିବ୍ଯା ମାଝୀ (୯) ଉଭୟେ ଗାଁ ପାଖରେ ଥିବା ପାହାଡରେ ଚାଷ କରିଥିବା ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଗୁଳିକାଣ୍ଡ ଯୋଗୁଁ ମାଁ ଓ ଝିଅ ଉଭୟେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଗାଡି ଯୋଗେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କଲାପରେ ଅଧିକ ଗୁରୁତର ହେବା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାସ୍ତର କରାଯାଇଥିଲା। ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଭବାନୀପାଟଣା ଟାଉନଥାନା କୁ ଘଟଣା ବିଷୟରେ ସୂଚନା ଦେଇସାରିଥିଲେ। ଅପରପକ୍ଷରେ କର୍ଲାପାଟ ପୋଲିସ ରଣପୁର ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଜେମା ଦେଇ ମାଝୀ ଙ୍କ ସ୍ବାମୀ ବନ ମାଝୀଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ଗୁରୁତର ମାଁ ଓ ଝିଅ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ତାଙ୍କ ପୁଅ ଓ ପଡୋଶୀ ଲୋକଙ୍କ ସହିତ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ହିଁ ଶନିବାର ଦିନ ଜେମା ଦେଇଙ୍କର ପ୍ରାଣବାୟୁ ଉଡିଯାଇଥିଲା,ଏହି ଘଟଣା କୁ ନେଇ ବୁର୍ଲା ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଛି। କର୍ଲାପାଟ ପୋଲିସ ଶନିବାର ବୁର୍ଲା ଡାକ୍ତରଖାନାରେ ପହଞ୍ଚିବା ପରେ ହିଁ ଶବ ବ୍ଯବଛେଦ ପାଇଁ ପଠାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନାରୁ ଜଣାପଡିଛି। ଗୁଳିକାଣ୍ଡ ର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ତେବେ ଗୁଳିକାଣ୍ଡ ଉପରେ ପୋଲିସର ତନାଘନା ତଦନ୍ତ ଜାରି ରହିଛି ତଦନ୍ତ ପରେ ହିଁ ପ୍ରକୃତ କାରଣ ସାମ୍ମାକୁ ଆସିପାରେ। ତେବେ ଗୁଳିକାଣ୍ଡ ଘଟଣାକୁ କେନ୍ଦ୍ର କରି କର୍ଲାପାଟ ପୋଲିସର କେସ ନମ୍ବର ୨୧/୨୪ ରେ ଆଇପିସି ୩୦୭. ୨୫/୨୭ ମାମଲା ଋଜୁ କରି ତଦନ୍ତ ତନାଘନା ଚଳାଇଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଡକାୟତି ଘଟଣା ରେ ସମ୍ପୃକ୍ତ ୧୨ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ 

masiha

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!