ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ମାନଙ୍କ ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ଭିନ୍ନକ୍ଷମ ମାନଙ୍କ ଉପରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା : ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଶ୍ରଦ୍ଧା ଆନୁକୁଲ୍ୟରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଉପରେ ବିଶ୍ରା ବ୍ଳକ ର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଶ୍ରଦ୍ଧା ର ସଭାପତି ପଶୁପତିନାଥ ଚାଟାର୍ଜୀ ଙ୍କ ପୈାରହିତରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଚାଟାର୍ଜୀ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ଓ ଶ୍ରଦ୍ଧା ଦ୍ଵାରା ପରିଚାଳିତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବିଶେଷ ବିବରଣୀ ରଖିଥିଲେ ଏବଂ ତୃଣମୂଳ ସ୍ତରରେ ଆପଣ ମାନେ ହିଁ , ସରପଞ୍ଚ , ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଅନ୍ୟ ସମସ୍ତେ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ପୁରୋଧା ବୋଲି ଦର୍ଶାଇ ଥିଲେ । ଆପଣ ମାନଙ୍କର ଆନ୍ତରିକ ସହଯୋଗ ଆମର ଏକାନ୍ତ କାମ୍ୟ ବୋଲି ଅନୁରୋଧ କରିଥିଲେ।ସ୍ଵତନ୍ତ୍ର ଭାବେ ବ୍ଳକ ଅନ୍ତର୍ଗତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସରପଞ୍ଚ, ଓ୍ଵାଡମେମ୍ବର ଓ ସ୍ଥାନୀୟ ଶିକ୍ଷକ ମାନଙ୍କ ପାଇଁ ଭିନ୍ନକ୍ଷମ ମାନଙ୍କ ଅଧିକାର ଉପରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏନ୍ ଆଇ ଟି ର ଆସୋସିଏଟ ପ୍ରଫେସର ଡ଼ ରାମକୃଷ୍ଣ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏବେ ବି ଆମ ସମାଜରେ ଭିନ୍ନକ୍ଷମ ମାନଙ୍କର ଉନ୍ନତି ନିମନ୍ତେ ଅନେକ ପ୍ରକାରର ବାଧା ଉପୁଜୁଛି । ଏହା କେତେବେଳେ ପରିବାର ଠାରେ, କେତେବେଳେ ଆମ ସମାଜ ଭିତରେ ଆଉ କେତେବେଳେ ସରକାର ଙ୍କ ନିକଟରେ । ଏହି ତିନୋଟି ଜାଗାରୁ ଏମାନଙ୍କର ସମସ୍ୟା ର ସମାଧାନ ହୋଇପାରିଲେ ଭିନ୍ନକ୍ଷମ ମାନେ ପ୍ରକୃତରେ ସେମାନଙ୍କର ଅଧିକାର ପାଇଁଁ ପାରିବେ । ଅଭିଭାବକ ସଂଘ ର ଉପସଭାପତି ଗଗନ ବିହାରୀ ଧଳ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ଲାଗି ଗୋଷ୍ଠୀ ବା ସମାଜର ବିଭିନ୍ନ ବର୍ଗର ଯଥା : ସରପଞ୍ଚ , ଓ୍ଵାଡମେମ୍ବର, ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶିକ୍ଷକ ଏବଂ ସବୁ ସମ୍ପ୍ରଦାୟର ଲୋକମାନଙ୍କର ଭୂମିକା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଶ୍ରଦ୍ଧା ର ସ୍ଵୟଂପ୍ରଭା ପାଣ୍ଡବ ଭିନ୍ନକ୍ଷମ ଙ୍କ ଆଇନ୍ ଓ ଅଧିକାର -୨୦୧୬ ସମ୍ପର୍କିତ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସଂରକ୍ଷଣ, ପ୍ରକଳ୍ପ ଓ ସୁବିଧାସୁଯୋଗ ଉପରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ଏବଂ ଅଂଶଗ୍ରହଣକାରୀ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧା ର ଶିକ୍ଷୟତ୍ରୀ ପ୍ରୀତି ବାରିକ୍ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବାବେଳେ ପ୍ରୋଗ୍ରାମ ମ୍ୟାନେଜର ଅମୃତ ଆଚାର୍ଯ୍ୟ ଓ ରିନୁଲତା ମହାରଣା ପ୍ରୋଗ୍ରାମ ର ଆଭିମୁଖ୍ୟ ଓ ବିଶ୍ରା ବ୍ଳକ ରେ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଚାଲୁଥିବା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ବିତା ସ୍ବାଇଁ ଭିନ୍ନକ୍ଷମ ଙ୍କ ପ୍ରକାର କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବ୍ଳକ ର ସନ୍ତୋଷପୁର, ଦରେଇକେଲା, ମନକୋ, ଉଡୁଶୁ, କପାଟମୁଣ୍ଡା ଏବଂ ବିଶ୍ରା ପଞ୍ଚାୟତ ର ସରପଞ୍ଚ , ଓ୍ଵାଡମେମ୍ବର, ଅଙ୍ଗନବାଡ଼ି କର୍ମୀ ଆଶାକର୍ମୀ ଓ ଶିକ୍ଷକ ଙ୍କ ସମେତ ମୋଟ ୭୦ ରୁ ଉର୍ଦ୍ଧ୍ବ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରକଳ୍ପର ପରିଚାଳକ ଅମୃତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ନୂଆପଡାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ସହିତ “ସ୍ବଚ୍ଛଉତ୍ସବ “ଉଦ୍ ଯାପିତ 

Sunil Chandra Nayak

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

Sunil Chandra Nayak

Leave a Comment

error: Content is protected !!