ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ଅମରନାଥ, ସମ୍ପାଦକ ଜୟରାମ

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ସଭାପତି ଅମରନାଥ, ସମ୍ପାଦକ ଜୟରାମ

ରାୟଗଡା :- ରାୟଗଡା କଳିଙ୍ଗ ବୈଶ୍ୟ ସଂଘର ନୂତନ ପଦାଧିକାରୀଙ୍କ ଆଜି ସ୍ଥାନୀୟ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଏକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ନୂତନ ସଭାପତି କିନ୍ତାଲି ଅମରନାଥ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସଂଘର ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ନୂତନ ସଭାପତି ଶ୍ରୀ ଅମରନାଥଙ୍କ ସମେତ ସଂପାଦକ ଟି.ଜୟରାମ,କୋଷାଧ୍ୟକ୍ଷ ଭି.ମୁରଲି,ଉପସଭାପତି ଇଶ୍ୱରରାଓ ଗୋପାଳଚେଟ୍ଟି,ଯୁଗ୍ମ ସଂପାଦକ ସିଏଚ.ବିଜୟ ମୋହନ ପ୍ରମୁଖ ଶପଥ ଗ୍ରହଣ କରିଥିବା ବେଳେ ସଂଘ ପକ୍ଷରୁ ସମସ୍ତ ନୂତନ ପଦାଧିକାରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା । ସଂଘର ଆଭିମୁଖ୍ୟକୁ ନେଇ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଅନୁଯାୟୀ ସଂଘର ଉନ୍ନତୀ ଦିଗରେ ନିଜ ଦାୟିତ୍ୱ ତୁଲାଇବା ସହ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସିବୁ ବୋଲି ସଭାପତି କିନ୍ତାଲି ଅମରନାଥ ପ୍ରକାଶ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଘୋଟିଆ ବ୍ରିଜ ଠାରେ ଗାଈ ଜଗୁଆଳି ଓ ବାଇକ ଙ୍କ ମଧ୍ୟରେ ଦୁର୍ଘଟଣା

Sunil Chandra Nayak

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

masiha

କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର ବୈଠକ: ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!