ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ବ୍ଳକ ଶିକ୍ଷା ଓ ପ୍ରଶିକ୍ଷଣ ଆନୁକୁଲ୍ୟରେ ବନମହୋତ୍ସବ 

ଗୋରୁମହିଷାଣୀ ବ୍ଳକ ଶିକ୍ଷା ଓ ପ୍ରଶିକ୍ଷଣ ଆନୁକୁଲ୍ୟରେ ବନମହୋତ୍ସବ 

 ମୟୂରଭଞ୍ଜ: ୦୩/୦୭ ( ମସିହା )  ରାଇରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଗୋରୁମହିଷାଣୀ ବ୍ଳକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଗୋରୁମହିଷାଣୀ ଫରେଷ୍ଟର କାଶୀନାଥ ହାଁସଦା ଓ ବ୍ଳକ୍ ଶିକ୍ଷା‌ ପ୍ରତିଷ୍ଠାନ ଅଧ୍ୟକ୍ଷା ସରସ୍ବତୀ ସୋରୋନଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ବନମହୋତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ସଭାର ଆୟୋଜନ କରାଯାଇଅଛି । କଥାଶିଳ୍ପୀ ଲଳିତ ମହାନ୍ତ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ବୃକ୍ଷର ଔଷଧୀୟ ଗୁଣବତ୍ତା ଓ ଜଙ୍ଗଲ ସୁରକ୍ଷା ଦ୍ବାରା ଆଗକୁ ଆସୁଥିବା ବଡ଼ ବଡ଼ ମହାମାରୀ ମହାବାତ୍ୟା ରୁ ବଞ୍ଚି ପାରିବା ଵୋଲି କହିଥିଲେ । ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର ରେଞ୍ଜର ଜ୍ୟୋତିରଞ୍ଜନ ସେନାପତି ଉପସ୍ଥିତ ରହି ପ୍ରଶିକ୍ଷଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ବୃକ୍ଷ ଗୁଡିକର ଉପକରୀତା ଓ ଔଷଧୀୟ ଗୁଣ ବିଷୟରେ ଏକ ସାଧାରଣ ଞାନ ପ୍ରତିଯୋଗିତା କାର୍ଯ୍ୟକ୍ରମର ପ୍ରଥମ ଦ୍ବିତୀୟ ଓ ତୃତୀୟ ସଠିକ୍ ଉତ୍ତର ଦେଇଥିବା ପ୍ରତିଯୋଗୀ ମାନଙ୍କୁ ପୂରସ୍କାର ବିତରଣ କରିଥିଲେ ଓ ଜଙ୍ଗଲ ବଞ୍ଚି ଲେ ନିଜେ ବଞ୍ଚିବା ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନନୀୟ ଅତିଥି ଭାବେ ଗୋରୁମହିଷାଣୀ ର ବିଶିଷ୍ଟ ପ୍ରକୃତିପ୍ରେମୀ ଅଶୋକ କୁମାର ମହାନ୍ତ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୀମତୀ ସୋରେନ ତାଙ୍କ ମା’ଙ୍କର ନାମରେ ପ୍ରଥମ ଗଛଟି ପୋତି ଥିଲେ । କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବନ କର୍ମଚାରୀ ଓ ପ୍ରତିଷ୍ଠାନ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ। ଆଗକୁ ୫୩ ହଜାର ଵୃକ୍ଷ ରୋପଣ କରାଯିବାର ଅଛି ବୋଲି ଗୋରୁମହିଷାଣୀ ଫରେଷ୍ଟର କାଶୀନାଥ ହାଁସଦା ସୂଚନା ଦେଇଥିଲେ। ପରିଚାଳନାରେ ସରସ୍ଵତୀ ସୋରେନ,ଶିବାନୀ ମହାନ୍ତ, ଶ୍ରୀକାନ୍ତ ନାଏକ,ପ୍ରକାଶ ସାହୁ,ସ୍ନେହଶିକ୍ତା ବାରିକ, କୃଷ୍ଣଚନ୍ଦ୍ର,ପିଣ୍ଟୁ ପ୍ରତିହାରୀ,ସାକିଲା ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଡ୍ରାଇଭର ମହାସଂଘର ଷ୍ଟେୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ପୁଣ୍ୟତିଥି ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

Sunil Chandra Nayak

Leave a Comment

error: Content is protected !!