ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

ରାୟଗଡ଼ା ତା-୦୪-୦୭-୨୦୨୪ ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଆଜି ୫୮ତମ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭାସ୍କର ରଇତ, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ଶ୍ରଫ ଅଧ୍ୟକ୍ଷତା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ଡଃ. ସରସ୍ଵତୀ ରାୟ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଅବସରପ୍ରାପ୍ତ ଅଧ୍ୟାପକ ମାନେ ମଧ୍ୟ ଯୋଗଦେଇଥିଲେ । ପ୍ରଥମେ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଜ୍ଵଳନ କରି ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲା। ଅତିଥିମାନେ ନିଜର ଅଭିଜ୍ଞତା ଜ୍ଞାପନ କରି ତାଙ୍କର ଅନୁଭୂତି କୁ କହିବା ସହ ସମସ୍ତଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଅତିଥି ଓ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ସମ୍ମାନ କରି ପୁଷ୍ପ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷ ରୋପଣ କରାଗଲା , RAYCOS ଓ ଭଲିବଲ୍ କୋର୍ଟ ଉଦ୍ଘାଟନ କରାଗଲା। ଏହା ସହ ଯୁକ୍ତଦୁଇ ପରୀକ୍ଷାରେ ମହାବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଳା ବିଭାଗର ଉଦୟ ମାଣ୍ଡାଙ୍ଗି, ବାଣିଜ୍ୟ ବିଭାଗର ସାବିତ୍ରୀ କରକରିଆ, ବିଜ୍ଞାନ ବିଭାଗର ସୀପାନା ବେନୁଷ୍ରୀ ଏବଂ ଧନ୍ଦାମୂଳକ ବିଭାଗର ଛାତ୍ର ଗୌତମ ହିମିରିକା ଏବଂ ଅଜୁ ବିଭର। ଯୁକ୍ତତିନି କଳା ହିନ୍ଦୀ ବିଭାଗର ଛାତ୍ର ଗୌସ୍ତ ଚନ୍ଦ୍ର ଶେଖର, ବାଣିଜ୍ୟ ବିଭାଗର ଛାତ୍ର ଚିନ୍ତା ଅମୃତ, ବିଜ୍ଞାନ ବିଭାଗର ଛାତ୍ରୀ ଗେଡେଲା ତୁଳସୀ ଏବଂ ସ୍ନାତକୋତ୍ତର ରେ କଳା ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ବିନୋଦ ବ୍ରେଡେକା ଓ ଧରିତ୍ରୀ ମେହେର, ବାଣିଜ୍ୟ ବିଭାଗର ଛାତ୍ର ନିରଞ୍ଜନ ନାୟକ, ବିଜ୍ଞାନ ବିଭାଗର ଛାତ୍ରୀ ମନସ୍ଵିନୀ ନାହକ ଶୀର୍ଷ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବା ହେତୁ ଏମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଶୁଭେଚ୍ଛା କରାଯାଇଥିଲା ।ଏହି ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଭା ଶେଷରେ ଡଃ. ସରସ୍ଵତୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

masiha

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଳାର ୪ର୍ଥ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!