ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ମାଟ୍ରିକ ଟପ୍ପର ସମ୍ମାନୀତ 

ଯାଦବ ମହାସଭା ପକ୍ଷରୁ ମାଟ୍ରିକ ଟପ୍ପର ସମ୍ମାନୀତ 

କଟକ : ୪୨ ମୌଜା ଝାରକଟା ପଞ୍ଚାୟତ ସ୍ଥିତ ପଟଣା ନିବାସୀ ନାରାୟଣ ବେହେରା ଓ ମଧୁସ୍ମିତା ବେହେରାଙ୍କ କନ୍ୟା ବିଦ୍ୟୁସ୍ମିତା ବେହେରା କଟକ ନୂଆପଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ୨୦୨୪ ମାଟ୍ରିକ ପରୀକ୍ଷାରେ ୫୪୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପଟଣା ନିବାସୀ ପ୍ରଶାନ୍ତ ଦାସ ଓ ପାର୍ବତୀ ଦାସଙ୍କ କନ୍ୟା ପ୍ରୀତିଲିପ୍ସା ଦାସ ବେଣ୍ଟକାର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ୫୨୯ ନମ୍ବର ରଖି ୨୦୨୪ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ମାଟ୍ରିକ ଟପ୍ପରଙ୍କ ଏହି ସଫଳତା ପାଇଁ ୪୨ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଓ ସର୍ବ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା ଶୁଭେଚ୍ଛା ଜଣାଇଛନ୍ତି ଓ ତାଙ୍କ ମଞ୍ଜୁର ଥାଇ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଉଭୟଙ୍କୁ ପ୍ରଶଂସାପତ୍ର ସାର୍ଟିଫିକେଟ ସହ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯୁବ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ତରୁଣ ଯାଦବ, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ସଦସ୍ୟ ସାଗର ବେହେରା, ଆଶିଷ କୁମାର ବେହେରା ଓ ସୁନିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ 

masiha

ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ

masiha

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ

masiha

Leave a Comment

error: Content is protected !!